ଭୁବନେଶ୍ୱରରୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରକଳ୍ପକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ

2,929

କନକ ବ୍ୟୁରୋ: ଓଡିଶାରେ ଗଡିବ ମେଟ୍ରୋ ଟ୍ରେନ୍ । ଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ ପୁରୀ, ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି ।

ସୂଚନା ଅନୁସାରେ ଅଗଷ୍ଟ ୧୫ରୁ କାର୍ୟ୍ୟ ଆରମ୍ଭ ହୋଇପାରେ । ଏଥିପାଇଁ ଆଜି ମୁଖ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ, ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର, ଅନୁ ଗର୍ଗ ।ସମୀକ୍ଷା ବେଳେ ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମୀକ୍ଷା ଉପସ୍ଥିତ ଥିଲେ । କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ୍ ଯିବ, ତାର ସମୀକ୍ଷା କରାଯାଇଛି । ଏଥିସହ ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଓ ସମସ୍ତ ଦିଗ ଉପରେ ରିଭ୍ୟୁ କରାଯାଇଛି । ପ୍ରାଥମିକ ପର୍ୟ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ୟ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି । ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଳିଆରେ କରାଯାଇଛି ଏହି ରିଭ୍ୟୁ ।