ଆଜି ଖାରବେଳନଗର ଥାନାରେ ହାଜର ହୋଇପାରନ୍ତି ବାବୁସାନ୍ : ପଚରାଉଚରା ପାଇଁ ପୂର୍ବରୁ ନୋଟିସ୍ କରିଛି ପୋଲିସ

113

କନକ ବ୍ୟୁରୋ : ଆଜି ଖାରବେଳନଗର ଥାନାରେ ହାଜର ହୋଇପାରନ୍ତି ବାବୁସାନ୍ । କିଛି ସମୟ ମଧ୍ୟରେ ସେ ହାଜର ହେବେ ବୋଲି ସୂଚନା ମିଳିଛି । ଗତକାଲି ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଅଭିନେତା ବାବୁସାନ । ପୁଲିସର ପଚରାଉଚରା ପରେ ହିଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ । ବାବୁସାନ ଆହୁରି କହିଛନ୍ତି, ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ କେବେ ଚାପରେ ନଥାନ୍ତି । ତାଙ୍କ ପୁଅ ଖୁବଶୀଘ୍ର ତାଙ୍କ ପାଖକୁ ଫେରିଆସିବ ବୋଲି କହିଛନ୍ତି ।

ଶନିବାର ଦିନ ଭୁବନେଶ୍ୱରର ସତ୍ୟନଗର ଅଂଚଳରେ ଷ୍ଟାର କଳି ଦେଖିବାକୁ ମିଳିଥିଲା । ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଗୋଟିଏ କାରରେ ଯାଉଥିବାବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟଙ୍କୁ ଅଟକାଇଥିଲେ । ଦୀର୍ଘ ସମୟ ଧରି ପ୍ରକୃତିଙ୍କ ସହ ତୃପ୍ତି ମୁହାଁମୁହିଁ ହୋଇଥିଲେ । ଏହାପରେ ବାବୁସାନ ଓ ପ୍ରକୃତି ଚେନ୍ନାଇ ଚାଲିଯାଇଥିଲେ । ବୁଧବାର ଚେନ୍ନାଇରୁ ଭୁବନେଶ୍ୱର ଫେରିବା ପରେ ସମସ୍ତେ ବାବୁସାନଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରି ରହିଥିଲୋ କିନ୍ତୁ ସେ ପରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ ।