ଆଜିଠୁ ଭାରତ-ଇଣ୍ଡିଜ ଟି-୨୦ : ରୋହିତଙ୍କ ସହ ଓପନିଂ କରିପାରନ୍ତି ପନ୍ତ

276

କନକ ବ୍ୟୁରୋ : ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ ଟି ୨୦ ସିରିଜ୍ । ରାତି ୮ଟାରେ ପୋର୍ଟ ଅଫ୍ ସ୍ପେନରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଘରୋଇ ଟିମକୁ ଦିନିକିଆ ସିରିଜରେ ଭାରତ ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଉପରେ ନଜର ରଖିଛି । ତିନିମାସ ମଧ୍ୟରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତ ସମସ୍ତ ସମନ୍ୱୟକୁ ସଜାଡିବ ବୋଲି ଲକ୍ଷ୍ୟ ରଖିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ୧୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବ ବୋଲି ଜଣାପଡିଛି ।