କିଶୋରଙ୍କୁ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା, କୋଭୋଭାକ୍ସକୁ ଏନଟିଏଜିଆଇର ଅନୁମତି

74

କନକ ବ୍ୟୁରୋ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ସୂତ୍ର ସୂଚନା ମୁତାବକ ଏନଟିଏଜିଆଇ ତରଫରୁ ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । କହିରଖୁକି ଟିକାକରଣକୁ ଉପରେ ରାଷ୍ଟ୍ରୀୟ ଟେକନିକ୍ ପରାମର୍ଶ ସମୁହ (ଏନଟିଏଜିଆଇ) ଦେଶରେ ଟିକାକରଣ ଅଭିଯାନ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥାନ୍ତି ।

 

ଏନଟିଏଜିଆଇଙ୍କ ସୁପାରିଶ ପରେ ଏହି ପ୍ରସ୍ତାବ ସରକାରଙ୍କ ନିକଟକୁ ଯିବ । ଏହାକୁ ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନା ଥାଉକି ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି ।