ଏଣିକି ସ୍କୁଲରେ ପାଣି ପିଇବାକୁ ବାଜିବ ଘଣ୍ଟି ।  ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ପିଇବେ ପାଣି  । ଗଣଶିକ୍ଷା ବିଭାଗର ନିଷ୍ପତ୍ତି  ।

124

କନକ ବ୍ୟୁରୋ: ଦିନ ବଢିବା ସହ ତାତି ବଢୁଛି । ସକାଳୁ ଯେମିତି ଖରା ମାଡି ଆସୁଛି । ଆଉ ଏହି ଖରା-ଗରମରୁ ନିଜର ରକ୍ଷା ପାଇଁ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି । ଏଣିକି ସ୍କୁଲରେ ବାଜିବ ପାଣି ଘଣ୍ଟି । ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ପାଣି ପିଇବା ନେଇ ଏଭଳି ନିଷ୍ପତ୍ତିି ନେଇଛି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀ ସ୍କୁଲରେ ଥିବା ବେଳେ ଦିନକୁ ୩ ଥର ବାଜିବ ଜଳ ବିରତି ଘଣ୍ଟି । ସକାଳ ସାଢେ ୮ଟା, ୧୦ଟା ଏବଂ ୧୧ଟାରେ ପାଣି ଘଣ୍ଟି ବାଜିବ । ଘଣ୍ଟି ବାଜିବା ପରେ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀ ପାଣି ପିଇବେ  । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି ଲେଖିଛି ରାଜ୍ୟ ଗଣଶିକ୍ଷା ବିଭାଗ ।