ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ।

70

କନକ ବ୍ୟୁରୋ: ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥାରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୮୦ ହଜାର କଇଁଛ ଅଣ୍ଡାଦାନ ପ୍ରକିୟାରେ ସାମିଲ ହୋଇଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି । ପାଗ ଅନୁକୂଳ ଥିବାରୁ ଆଗକୁ ଅଣ୍ଡାଦାନ ସଂଖ୍ୟା ବଢ଼ିପାରେ । ଗହିରମଥା ବାଲୁକା ଶଯ୍ୟାରେ କଇଁଛ ମାନେ ଗଣଅଣ୍ଡାଦାନ କରିଛନ୍ତି । ସମୁଦ୍ର କୂଳଠାରୁ ୧ କିଲୋମିଟର ମଧ୍ୟରେ ଦୀର୍ଘ ୨ ମାସ ହେଲା ଭିଡ଼ ଜମାଇଥିଲେ କଇଁଛ । ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବହିବାରୁ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭରିଡ଼ଲେ ।