ଗଂଜାମରେ ପୁଣି ଏନକାଉଂଟର ! ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ରାମଚନ୍ଦ୍ର ସାହୁ ଆହତ

24

କନକ ବ୍ୟୁରୋ: ଗଂଜାମରେ ପୁଣି ଏନକାଉଂଟର । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧି ରାମଚନ୍ଦ୍ର ସାହୁ ଓରଫ ବାବୁ ଗୁରୁତର ଭାବେ ଆହତ ହୋଇଛି । ଗତ ସନ୍ଧ୍ୟାରେ ଖଲ୍ଲିକୋଟ ଓ ବ୍ରହ୍ମପୁର ଥାନା ପୋଲିସ ମିଳିତ ଭାବେ ବାବୁ ଗ୍ୟାଙ୍ଗକୁ ଧରିବା ପାଇଁ ପିଛା କରିଥିଲା । ତେବେ ଅପରାଧି ବାବୁ ଓ ତାର ସହଯୋଗୀ ପୋଲିସ୍ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛନ୍ତି ।

ରାମଚନ୍ଦ୍ର ଗୋଡରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବାବୁର ସହଯୋଗୀ ରିଙ୍କୁ ପଟ୍ଟନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ, ୩ଟି ଅଫୁଟା ଗୁଳି ଓ ବାଇକ ଜବତ କରିଛି । ସୁଚନା ଅନୁସାରେ, ଉଭୟଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି ।