ପାକିସ୍ତାନ କ୍ରିକେଟରଙ୍କ ବଡ ବୟାନ । ବିରାଟଙ୍କ ଶତକ ଅପେକ୍ଷାରେ ପାକିସ୍ତାନବାସୀ

462

କନକ ବ୍ୟୁରୋ : ଏସିଆ କପ୍ ୨୦୨୨ ରେ ଆସନ୍ତା କାଲି ମୁହାଁ ମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚକୁ ନେଇ ଆଜିଠାରୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡିଛନ୍ତି । ଗୋଟିଏ ପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଥିବା ବେଳେ କିନ୍ତୁ ମ୍ୟାଚ୍ ପୂର୍ବରୁ ଚର୍ଚ୍ଚାରେ ଅଛନ୍ତି ବିରାଟ କୋହଲୀ । ସେପଟେ ବିରାଟ କୋହଲୀ ନିଜର ଖରାପ ପ୍ରଦର୍ଶନକୁ ନେଇ ପଡିଆରୁ କିଛିଦିନ ହେବ ବାହାରେ ଥିବାରୁ ଏବେ କୋଟି କୋଟି ପ୍ରଶଂସକ ତାଙ୍କ ୭୧ ତମ ଶତକ ଅପେକ୍ଷାରେ ରହିଛନ୍ତି । କାରଣ ପାଖାପାଖି ୩ ବର୍ଷ ହେବ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ବିରାଟଙ୍କ ଶତକ ଦେଖିବାକୁ ମିଳିନାହିଁ । ଏହାରି ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ଆସିଛି କି ବିରାଟଙ୍କ ଶତକ ଦେଖିବାକୁ ଭାରତୀୟ କ୍ରିକେଟ ପ୍ରେମୀମାନେ ଯେତେ ଉତ୍ସାହିତ ନୁହଁନ୍ତି ତା ଠାରୁ ଅଧିକ ଉତ୍ସାହିତ ଅଛନ୍ତି ପାକିସ୍ତାନୀ କ୍ରିକେଟ ପ୍ରେମୀମାନେ ।

ସେପଟେ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଯେଉଁ ଛବି ଦେଖିବାକୁ ମିଳିଛି ସେଥିରେ ବିରାଟଙ୍କର କିଛି ପାକିସ୍ତାନୀ ପ୍ରଶଂସକ ବିରାଟ କୋହଲୀଙ୍କୁ ଭେଟିବାକୁ ଦୁବାଇ ପହଂଚିଛନ୍ତି । ବିରାଟଙ୍କ ଭାରତୀୟ ଓ ପାକିସ୍ତାନୀ ପ୍ରଶଂସକ ବିରାଟଙ୍କ ଶତକକୁ ଅପେକ୍ଷା କରିଥିବା ବେଳେ ପାକିସ୍ତାନୀ ଖେଳାଳୀ ବି ବିରାଟଙ୍କ ଶତକକୁ ଅପେକ୍ଷା କରିଥିବା କଥା କୁହାଯାଇଛି ।

ପାକିସ୍ତାନ କ୍ରିକେଟ ଟିମର ଅଲ ରାଉଣ୍ଡର ଶାଦାବ ଖାନ କହିଛନ୍ତି କି କେବଳ ପାକିସ୍ତାନୀ ପ୍ରଶଂସକ ନୁହଁନ୍ତି ବରଂ ପାକିସ୍ତାନୀ ଖେଳାଳୀ ବି ବିରାଟଙ୍କ ଶତକକୁ ଅପେକ୍ଷା କରିଛନ୍ତି । ମ୍ୟାଚ୍ ପୂର୍ବରୁ ବି ପାକ୍ ଟିମର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦ ବିରାଟ କୋହଲୀଙ୍କୁ ଭେଟିଛନ୍ତି ।