ହାତ ମିଳାଇବେ ରୁଷିଆ–ଉତ୍ତର କୋରିଆ: ରୁଷକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇଦେବ ନର୍ଥକୋରିଆ 

205

କନକ ବ୍ୟୁରୋ: ରୁଷିଆ- ୟୁକ୍ରେନ ଭିତରେ ଯୁଦ୍ଧ ୧୩ ମାସ ଅତିକ୍ରମ କରିସାରିଲାଣି । ଯୁଦ୍ଧର ଯେତିକି ଲମ୍ବି ଲମ୍ବି ଚାଲିଛି, ରୁଷର ଅସ୍ତ୍ରଶସ୍ତ୍ର ସେହିପରି ଭାବେ କମିବାରେ ଲାଗିଛି । ଆଉ ନିଜର ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ରୁଷିଆ ଏବେ ଉତର କୋରିଆ ଉପରେ ନିର୍ଭର କରୁଛି । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ କିର୍ବି ଏଭଳି ଏକ କଥା ବିଷୟରେ ସୂଚନା ଦେଇଛନ୍ତି । ଉତର କୋରିଆକୁ ରୁଷ ଖାଦ୍ୟସାମଗ୍ରୀ ଯୋଗାଇ ଏହା ବଦଳରେ ଅସ୍ତ୍ରଶସ୍ତ୍ର ଆଣିବ ବୋଲି ଜଣାପଡିଛି । ଦୁଇ ଦେଶ ମଧ୍ୟରେ ଏନେଇ ଖୁବଶୀଘ୍ର ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇପାରେ ବୋଲି ସୂଚନା ଦେଇଛନ୍ତି ଜନ୍ କିର୍ବି । ଆଉ ଏହାଉପରେ ନଜର ରଖିଛି ଆମେରିକା । କୁହାଯାଉଛି, ରୁଷିଆ ଓ ଉତର କୋରିଆ ଭିତରେ ହେବାକୁ ଥିବା ଏହି ଚୁକ୍ତି ଜାତିସଂଘ ସୁରକ୍ଷା ପରିଷଦ ନିୟମ ବିରୋଧୀ । ଉତର କୋରିଆ ବାରମ୍ବାର ମିଜାଇଲ ଉପରେ ମିଜାଇଲ ପରୀକ୍ଷଣ କରିବାରେ ଲାଗିଛି । ଆମେରିକା ଓ ଜାତିସଂଘ ଚେତାବନୀ ସତ୍ୱେ ମିଜାଇଲ ପରୀକ୍ଷଣ କରୁଛନ୍ତି । ସେପଟେ ରୁଷିଆ ମଧ୍ୟ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରକୁ ବିରୋଧ କରିବାରେ ଲାଗିଛି । ଏପରି ସ୍ଥଳେ ଯଦି ଏହି ଦୁଇ ରାଷ୍ଟ୍ର ଏକ ହୋଇ ଯାଆନ୍ତି ତାହାଲେ ଏହା ବିଶ୍ୱ ପାଇଁ ବଡ ବିପଦ ଆଣିପାରେ ।

ଖାଦ୍ୟ ବଦଳରେ ଯୁଦ୍ଧାସ୍ତ୍ର!

– ଉତ୍ତର କୋରିଆ ଠାରୁ ଯୁଦ୍ଧାସ୍ତ୍ର ଆଣିବ ରୁଷିଆ

– ୟୁକ୍ରେନ ସହ ଯୁଦ୍ଧ ଭିତରେ ସରିବାରେ ଲାଗିଛି ରୁଷିଆ ଅସ୍ତ୍ରଶସ୍ତ୍ର

– ଉତ୍ତର କୋରିଆ ଉପରେ ଅସ୍ତ୍ର ପାଇଁ ନିର୍ଭର କରିବ ରୁଷ 

– ଉତ୍ତର କୋରିଆକୁ ଖାଦ୍ୟ ସାମଗ୍ରୀ ଯୋଗଇ ରୁଷିଆ

– ଖାଦ୍ୟ ବଦଳରେ ଯୁଦ୍ଧାସ୍ତ୍ର ଆଣିବ କ୍ରେମଲିନ୍ 

– ଖୁବଶୀଘ୍ର ଦୁଇ ଦେଶ ଭିତରେ ହେବ ଚୁକ୍ତି ସ୍ୱାକ୍ଷର 

– ୟୁକ୍ରେନରେ ଯୁଦ୍ଧ ଲଢିବା ପାଇଁ ରୁଷିଆକୁ ଆବଶ୍ୟକ ପଡୁଛି ଅଧିକ ଯୁଦ୍ଧ ସାମଗ୍ରୀ

– ଉତର କୋରିଆ ଠାରୁ ଯୁଦ୍ଧାସ୍ତ୍ର ଆଣିବା ପାଇଁ ଚୁକ୍ତି କରିବ ରୁଷିଆ

ହାତ ମିଳାଇବେ ପୁଟିନ୍ ଓ କିମ୍ ଜଙ୍ଗ

– ଦୁଇ ବିରୋଧୀ ରାଷ୍ଟ୍ର ହେବେ ଏକାଠି 

– ହାତ ମିଳାଇବେ କିମ୍ ଜଙ୍ଗ ଉନ୍ ଓ ପୁଟିନ୍ 

– ଅସ୍ତ୍ରଶସ୍ତ୍ରର ଅଭାବ ପୂରଣ ପାଇଁ ନର୍ଥ କୋରିଆ ଉପରେ ନିର୍ଭର କ୍ରେମଲିନ

– ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେ ହେବ ଚୁକ୍ତି

– ଦୁଇ ଦେଶର ଚୁକ୍ତିକୁ ଆମେରିକାର ବିରୋଧ

– ଜାତିସଂଘ ମଧ୍ୟ ରୁଷିଆ- ନର୍ଥକୋରିଆକୁ କରୁଛି ବିରୋଧ

– ଆଗାମୀ ଦିନରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ସମ୍ଭାବନା 

– ଉତର କୋରିଆ ମିଜାଇଲ ଯୁଦ୍ଧରେ ବ୍ୟବହାର କରିବ ରୁଷ 

– ପୁଟିନ୍ଙ୍କ ନିଷ୍ପତିକୁ ବିରୋଧ କଲା ଆମେରିକା  

ଉତର କୋରିଆରେ ଖାଦ୍ୟ ସଂକଟ ଲାଗି ରହିଛି । ୯୦ ଦଶକରେ ଉତର କୋରିଆରେ ଭୟଙ୍କର ମରୁଡି ପଡିଥିଲା । ସେବେଠାରୁ ସେଠାରେ ଖାଦ୍ୟ ସଂକଟ ଲାଗି ରହିଛି । ଜଳବାୟୁ ପରିବର୍ତନ ଓ ଅନ୍ତର୍ଜାତୀୟ ପ୍ରତିବନ୍ଧକ ପାଇଁ ନର୍ଥ କୋରିଆରେ ଖାଦ୍ୟ ସଂକଟ ଉକ୍ରଟ ହେବାରେ ଲାଗିଛି । ଖାଦ୍ୟ ସଂକଟ ଦୂର କରିବା ପାଇଁ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିଷ୍ପତି ନେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ । ରୁଷିଆକୁ ଯୁଦ୍ଧ ସାମଗ୍ରୀ ଯୋଗାଇ ଖାଦ୍ୟଶସ୍ୟ ଆଣିବ ନର୍ଥ କୋରିଆ । ସେପଟେ ଯେତେ ଖାଦ୍ୟ ସମସ୍ୟା ଥିଲେ ବି ମିଜାଇଲ ପରୀକ୍ଷଣ କରିବାରେ ପଛଘୁଂଚା ଦେଉନାହିଁ ।