ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା ।

113

କନକ ବ୍ୟୁରୋ: କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର । ଏହି ୪ ଲୋକସଭା ଓ ଏହି ଆସନର ୨୮ ବିଧାନସଭା ଆସନ ପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜ୍ଞପ୍ତି ପ୍ରକାଶ ସହ ପ୍ରଥମ ଦିନରେ ନାମାଙ୍କନ ଦାଖଲ କରିଛନ୍ତି କିଛି ପ୍ରାର୍ଥୀ ।

ପ୍ରଥମ ପର୍ଯ୍ୟାୟ ଭୋଟ

  • ନାମାଙ୍କନ ଦାଖଲର ଶେଷ ତାରିଖ-ଏପ୍ରିଲ ୨୫
  • ନାମାଙ୍କନ ପତ୍ର ଯାଞ୍ଚ-ଏପ୍ରିଲ ୨୬
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷଦିନ-ଏପ୍ରିଲ ୨୯
  • ଭୋଟଦାନ ତାରିଖ-ମେ ୧୩

ବିଜ୍ଞପ୍ତିରେ କେଉଁ ଅଞ୍ଚଳରେ କେତେବେଳେ ଭୋଟଗ୍ରହଣ କରାଯିବ ତାହା ବି ଦର୍ଶାଯାଇଛି ।

  • ମାଓ ଅଧ୍ୟୁଷିତ ଅଞ୍ଚଳରେ ମତଦାନ ସମୟ ପରିବର୍ତ୍ତନ ହୋଇଛି
  • ସେହି ଜାଗାରେ ୭ଟାରୁ ୪ଟା ଓ କିଛି ଜାଗାରେ ୭ଟାରୁ ୫ଟା ମତଦାନ ହେବ
  • ଅନ୍ୟ ଜାଗାରେ ୭ଟାରୁ ୬ଟା ମତଦାନ ହେବ 

ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମହିଳା ଭୋଟରଙ୍କ ସଂଖ୍ୟା-୩୧ ଲକ୍ଷ ୮୭ ହଜାର ୭୭୧ ଥିଲାବେଳେ, ପୁରୁଷ ଭୋଟର-୩୦ ଲକ୍ଷ ୯୬ ହଜାର ୨୪୩ ରହିଛନ୍ତି ।

  • ୪ ସଂସଦୀୟ କ୍ଷେତ୍ରରେ ୭୨୮୯ ପୋଲିଂ ଷ୍ଟେସନ ରହିଛି
  • ନିର୍ବାଚନ ପରିଚାଳନା ପାଇଁ ୩ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି
  • ମାଓ ଅଧ୍ୟୁଷିତ ଅଞ୍ଚଳରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି 
  • ହିଟୱେଭ ପାଇଁ ପୁଲିଂ ବୁଥରେ ଓଆରଏସ, ପିଇବା ପାଣି ରଖିବା ପାଇଁ କୁହାଯାଇଛି

ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବା ସହ ପ୍ରଥମ ଦିନରେ ଦୁଇଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ନବରଙ୍ଗପୁର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝି । ସେହିଭଳି ଚିକିଟି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଭୁବନେଶ୍ୱର ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ନାମାଙ୍କନ ବେଳେ ବଡ ରାଲି ନ କରିବାକୁ ସିଇଓ ଅନୁରୋଧ କରିଛନ୍ତି ।