ସତର୍କ ରୁହ ୭ ଜିଲ୍ଲା! ବର୍ଷା ଓ ବଜ୍ରପାତ ବିପଦ ନେଇ ୭ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ ।

222

କନକ ବ୍ୟୁରୋ: ଆସନ୍ତା ୩ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ବର୍ଷା ବିପଦ । ମଧ୍ୟମ ଓ ହାଲୁକା ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ କରାଇ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହିସବୁ ଜିଲ୍ଲା ମଧ୍ୟରେ ଅଛନ୍ତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ମୟୂରଭଞ୍ଜ, ପୁରୀ ଓ ଦେବଗଡ଼ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ପାଣିପାଗ ବିଭାଗ । ବର୍ଷା ସହ ବଜ୍ରପାତ ବିପଦ ଥିବା ମଧ୍ୟ ସତର୍କ କରାଯାଇଛି । ତେଣୁ ଏହିସବୁ ଜିଲ୍ଲାର ପୌର ଓ ମୁନିସିପାଲଟି ଅଞ୍ଚଳରେ ବର୍ଷା ପାଣି ଜମିବା ମଧ୍ୟ ଆଶଙ୍କା କରାଯାଉଛି । ଏନେଇ ପୂର୍ବପ୍ରସ୍ତୁତି କରିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।