ସଚେତନତା ସତ୍ୱେ ଥମୁନି ବଲାଙ୍ଗୀରରୁ ମଣିଷ ଚାଲାଣ: ଆଗରୁ ବଇନା ଦେଇ ବାହାର ରାଜ୍ୟକୁ ଗରିବଙ୍କୁ ପଠାଉଛନ୍ତି ଶ୍ରମିକ ସର୍ଦାର

59

କନକ ବ୍ୟୁରୋ: ଥମୁନି ଦାଦନ ଶ୍ରମିକର ଦୁଃଖ କହାଣୀ । କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଶହଶହ ଲୋକ । ଆଉ ସେପଟେ ମାଲାମାଲ ହେଉଛି ଦଲାଲ । ନୂଆଖାଇ ସରିବା ପରେ ବଲାଙ୍ଗୀରରୁ ଶହ ଶହ ଲୋକ ବାହାରିଯାଆନ୍ତି ବହାରକୁ ଦାଦନ ପାଇଁ । ଅନେକ ଦାଦନ ଶ୍ରମିକ ବି ବାହାରକୁ ଚାଲାଣ ହେଉଛନ୍ତି । କଂଟାବାଜିରୁ ନେଇ ତୁରକେଲା ବଙ୍ଗୋମୁଣ୍ଡା ବ୍ଲକରୁ ଏହି ଶ୍ରମିକ ମାନେ ବାହାରକୁ ଚାଲାଣ ହଉଛନ୍ତି । କିଛି ଜାଗାରେ କାମ ପାଇଁ ଶ୍ରମିକଙ୍କଠାରୁ ଆଗରୁ ବଏନା ବି ନିଆଯାଉଛି । ନୂଆଖାଇ ସରିବା ପରେ ପରେ ଗାଁର ସର୍ଦ୍ଦାର ସେମାନଙ୍କୁ ଦାଦନ ପାଇଁ ବାହାରକୁ ନିଆଯାଉଛି ।

କିଛି ଦାଦନ ବି ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି । କିଭଳି ସେମାନଙ୍କୁ କାମକୁ ନିଆଯାଉଛି । ସେଠାରେ କିଭଳି ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯାଉଛି । ଟଙ୍କା ନେଉଛୁ ବୋଲିି ଜୀବନକୁ ବାଜି ଲଗାଇ ଦିନ ରାତି ଇଟାଭାଟିରେ କାମ କରୁଥିବା କୁହନ୍ତି ଏହି ଶ୍ରମିକ ମାନେ । କେବଳ ନିଜ ପରିବାର ଆଉ ପିଲାଙ୍କ ଭବିଷ୍ୟତ ପାଇଁ ଏମାନେ ବାହାରକୁ ଯାଉଥିବା କୁହନ୍ତି । ସେପଟେ ପ୍ରତିଥର ଦାଦନ ମୁକ୍ତି ପାଇଁ ନାରା ଦିଆଯାଉଛି । ତା ସହିତ ଜିଲ୍ଲାପ୍ରଶାସନ ପକ୍ଷରୁ ଗଡିଛି ଦାଦନ ସଚେତନତା ରଥ । ହେଲେ ପୂର୍ବରୁ ଦୁଃଖକୁ ଚାପି ବହୁ ଦାଦନ ବାହାରକୁ ଚାଲିଯାଇଥିବା ବେଳେ ଏବେ ଆଗକୁ ଯେମିତି ଏଥିରେ ରୋକ୍ ଲାଗିବ ସେନେଇ ସେଚେତନତା କରାଯାଉଛି ।