ଯୌତୁକ ଟଙ୍କା ପାଇଁ ସ୍ୱାମୀ କାଟିଦେଲା ସ୍ତ୍ରୀ ଆଙ୍ଗୁଠି: ବାହାଘରର ୧୧ବର୍ଷ ପରେ ବି ମହିଳାଙ୍କୁ ନିର୍ଯାତନା ସହ ହତ୍ୟା ଉଦ୍ୟମ

155

କନକ ବ୍ୟୁରୋ: ସାମାନ୍ୟ କିଛି ଟଙ୍କା ପାଇଁ ସ୍ୱାମୀ କାଟିଦେଲା ସ୍ତ୍ରୀର ଆଙ୍ଗୁଠି । ଯୌତୁକ ଦାବିକରି ସ୍ତ୍ରୀକୁ ଆକ୍ରମଣ କରିଥିବା ବେଳେ ମହିଳାଙ୍କ ପାପୁଲିରୁ କଟିଯାଇଛି ଆଙ୍ଗୁଠି । ବାହାଘରର ୧୧ବର୍ଷ ପରେ ବି ମହିଳାଙ୍କୁ ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ କରିଛନ୍ତି ତାଙ୍କର ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ଏହି ଆକ୍ରମଣରୁ ମହିଳା ଜଣକ ତ ବଂଚିଗଲେ ହେଲେ ଆହତ ହେବା ସହ ନିଜ ହାତ ଆଙ୍ଗୁଠି ହରାଇଲେ । ଏହି ଘଟଣା ଘଟିଛି କନ୍ଧମାଳ ଡଙ୍ଗା ଅଂଚଳରେ । ସେହି ଗାଁର କୃତିବାସ ବେହେରା ଫୁଲଣଙ୍କୁ ପ୍ରେମ କରି ବିବାହ କରିଥିିଲେ । ହେଲେ ଦିନକୁ ଦିନ ବଢିଥିଲା ଅର୍ଥ ଲୋଭ ।

ପରିବାର ଲୋକଙ୍କ କଥାରେ ପଡି ଫୁଲଣଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦେଉଥିଲୋ ଶେଷରେ ନିର୍ଯାତନାର ସୀମା ଟପିଯାଇଛି । ମହିଳା ଜଣକୁ ମାରିଦେବାକୁ ଉଦ୍ୟମ କରିଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ଟାଙ୍ଗିଆରେ ହାଣିବାକୁ ଉଦ୍ୟମ କରୁଥିବା ବେଳେ ସେ ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି । ହେଲେ ପାପୁଲିର ଆଙ୍ଗୁଳି ପୁରା ଛିଣ୍ଡି ଯାଇଛି । ଗାଁର ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରିଛନ୍ତି । ଘଟଣା ନେଇ ମହିଳାଙ୍କ ପରିବାର ଥାନାରେ ଏତଲା ଦେଇଛନ୍ତି । ଏକ ମାମଲା ରୁଜୁ ହେବା ସହିତ ଖୁବଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବାକୁ କହିଛନ୍ତି ଆଇଆଇସି ।