ଠିକାଦାରଙ୍କୁ ଗୁଣ୍ଡା ଲଗାଇ ଉଠାଇ ନେବା ପରେ ନିସ୍ତୁକ ମାଡ: କେନ୍ଦ୍ରାପଡା କୃଷି ନିଗମ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଅଭିଯୋଗ

73

କନକ ବ୍ୟୁରୋ: ଠିକାଦାରଙ୍କୁ ଗୁଣ୍ଡା ଲଗାଇ ଉଠାଇ ନେବା ପରେ ନିସ୍ତୁକ ମାଡ । ଗୁଣ୍ଡାଙ୍କ ସହଯୋଗରେ ଉଠାଇନେବା ସହ ୪ଘଂଟା ଅଟକ ରଖି ନିର୍ଧୁମ ମାଡ ମରାଯାଇଛି । ଆଉ ଶେଷରେ ଉଦ୍ଧାର କରିଛି ପୁଲିସ । କେନ୍ଦ୍ରାପଡା କୃଷି ନିଗମ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ନିଜେ ଗୁଣ୍ଡା ଲଗାଇ ଠିକାଦାରଙ୍କୁ ଉଠାଇ ନେଇଥିଲେ । କିଛି ସମୟ ପରେ ଆହତ ଠିକାଦାର ରମଶଚନ୍ଦ୍ର ରାଉତଙ୍କୁ ଉଦ୍ଧାର କରିଛି ପୁଲିସ । ସେପଟେ ଯନ୍ତ୍ରୀ ଜଣକ ପ୍ରତିକ୍ରିୟା ନେବା ସମୟର ଯନ୍ତ୍ରୀ ଟଏଲେଟରେ ଲୁଚି ରହିଥିଲେ ।