ନୂଆପଡା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ବଢୁଛି ଜନ ସମର୍ଥନ । କେଜିଏ ଚାଉଳ ଓ ଟଙ୍କା ଦେଇ ସମର୍ଥନ ଜଣାଉଛନ୍ତି ଭୋଟର ।

120

କନକ ବ୍ୟୁରୋ: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ଘାସିରାମ ମାଝୀଙ୍କ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଛି । ବିଶେଷ କରି ଆଦିବାସୀ ସମାଜ ଘାସିରାମଙ୍କୁ ଚାଉଳ, ଟଙ୍କା ଦେଇ ସମର୍ଥନ ଜଣାଉଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଘାସିରାମ ଘର ଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଗାଁର ମହିଳାମାନେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବନ୍ଦାପନା କରି ଚାଉଳ, ଟଙ୍କା ଦେଇ ସମର୍ଥନ ଜଣାଉଛନ୍ତି । ଯାହା ଅନ୍ୟ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ କଡା ଚାଲେଞ୍ଜ ହେବ ।