ବିହାରରେ ପୁଣି ନୀତିଶ ସରକାର, ଶପଥ ନେଲେ ନୀତିଶ-ତେଜସ୍ୱୀ । 

134

କନକ ବ୍ୟୁରୋ: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି । ତେଜସ୍ୱୀ ଶପଥ ନେବା ପରେ ନୀତିଶଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ଏନଡିଏ ସହ ମେଣ୍ଟ ଭାଙ୍ଗିଥିଲା ଜେଡିୟୁ । ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟି ନୀତିଶ ଇସ୍ତଫା ଦେଇଥିଲେ । ପରେ ସନ୍ଧ୍ୟାରେ ନୀତିଶ ଏବଂ ତେଜସ୍ୱୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଛନ ପାଇଁ ଦାବି ଜଣାଇଥିଲେ । ଏହା ପରେ ବୁଧବାର ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।