‘୪୮ ଘଣ୍ଟା ଧରି ଶୋଇନି’, ଲାଲ ସିଂହ ଚଢାର ରିଲିଜ୍କୁ ନେଇ ନର୍ଭସ୍ ଅମୀର ଖାନ୍

573

କନକ ବ୍ୟୁରୋ: ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ ଅମୀର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂହ ଚଢା’ । କିନ୍ତୁ ସୋସିଆଲ ମିଡିଆରେ ଏହି ଫିଲ୍ମ ବିରୋଧରେ ‘ବୟକଟ୍’ ଟ୍ରେଣ୍ଡ ହେଉଥିବାରୁ ଏହାକୁ ନେଇ ପୁରା ନର୍ଭସ୍ ଅଛନ୍ତି ଅମୀର । ଚିନ୍ତାରେ ସେ ରାତିରେ ଶୋଇପାରନାହାଁନ୍ତି ବୋଲି ଏକ ପ୍ରମୋସନ୍ ସୋରେ କହିଛନ୍ତି ।

‘ଲାଲ ସିଂହ ଚଢା’କୁ ନେଇ ଅମୀର ଯେତିକି ଏକ୍ସାଇଟେଡ୍ ଥିଲେ ଏବେ ସେତିକି ନର୍ଭସ ଅଛନ୍ତି । ଫିଲ୍ମକୁ ପ୍ରମୋଟ କରିବାରେ ସେ ସବୁ ପ୍ରକାର ପ୍ରୟାସ କରିସାରିଛନ୍ତି । ଆଜିକାଲି ତକାଙ୍କ ଦିନ କିପରି କଟୁଛି ସେକଥା ଖୋଦ୍ ଅମୀର ନିଜେ ବୟାନ କରିଛନ୍ତି । ଏବେ ଏହି ଫିଲ୍ମର ରିଲିଜକୁ ନେଇ ତାଙ୍କ ମସ୍ତିଷ୍କ ଅସ୍ଥିର ହୋଇଉଠୁଛି । କହିବାକୁ ଗଲେ ସେ ମାନସିକ ଅବସାଦଗ୍ରସ୍ତ ହୋଇପଡୁଛନ୍ତି । ଏଥିରୁ ମୁକ୍ତି ପାଇଁ ସେ ବିଭିନ୍ନ ବହି ପଢିବା ସହ ଚେସ୍ ଖେଳିବାରେ ସମୟ ଅତିବାହିତ କରୁଛନ୍ତି । ଅଗଷ୍ଟ ୧୧ରେ ଫିଲ୍ମ ରିଲିଜ୍ ହେବା ପରେ ହିଁ ସେ ଶାନ୍ତିରେ ଶୋଇପାରିବେ ବୋଲି କହିଛନ୍ତି ଅମୀର ।