ନିଶା ବାଙ୍ଗରେଙ୍କ ରାଜନୀତିରୁ ମୋହଭଙ୍ଗ । ନିର୍ବାଚନ ଲଢିବାକୁ ଛାଡିଥିଲେ ଡେପୁଟି କଲେକ୍ଟର ପଦବୀ ।

1,750

କନକ ବ୍ୟୁରୋ: କଂଗ୍ରେସର ସମସ୍ୟା ଦିନକୁ ଦିନ ବଢିବେରେ ଲାଗିଛି । ନିର୍ବାଚନ ଲଢିବାକୁ ନିଜର ପ୍ରଶାସନିକ ଚାକିରି ଛାଡିଥିବା ନିଶା ବାଙ୍ଗରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏବଂ ନିଜ ୨ ପୃଷ୍ଠାର ଇସ୍ତଫା ପତ୍ରରେ ଇସ୍ତଫାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ନିଶା ଇସ୍ତଫା ପତ୍ରରେ କଂଗ୍ରେସ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । କଂଗ୍ରେସରେ ନାରୀଙ୍କର ସ୍ଥାନ ନାହିଁ । ଏହାସହ ତାଙ୍କୁ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଦଳ କିଛି ବି ପୂରଣ କଲା ନାହିଁ କି ନିର୍ବାଚନ ପାଇଁ ତାଙ୍କୁ ଟିକଟ୍ ମଧ୍ୟ ଦେଲା ନାହିଁ । ତେଣୁ ସେ ଇସ୍ତଫା ଦେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

୭ ମାସ ତଳେ ନିଶା ବାଙ୍ଗରେ ଏସଡିଏମ୍ ପଦରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା । କିନ୍ତୁ ମାତ୍ର ୭ ମସ ଭିତରେ ନିଶାଙ୍କର ରାଜନୀତିରୁ ମୋହ ଭଙ୍ଗ ହୋଇଛି । ସେ ପୁଣି ଥରେ ନିଜ କର୍ମସ୍ଥଳକୁ ଫେରିଯିବାକୁ ଚାହାଁନ୍ତି । ସେ ପୁନଃ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି । ଏଥିପାଇଁ ସେ ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ।