ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ରତ୍ନ ସିଂହାସନକୁ ଆସି ମହାପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବେ ଶ୍ରୀ ହନୁମାନ ।

102

କନକ ବ୍ୟୁରୋ: ସେପଟେ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରାଯିବ । ପରେ ବିମାନରେ ଶ୍ରୀ ହନୁମାନଙ୍କୁ ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ସହ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ । ସେପଟେ ଆଜି ପରମ୍ପରା ଅନୁଯାୟୀ ପୁରୀର ବିଭିନ୍ନ ଜାଗା ଆଖଡାରେ ମହାବୀରଙ୍କ ପୂଜର୍ଚ୍ଚନା କରାଯାଇ ପଣା ଓ ଛତୁଆ ଭୋଗ ଲାଗି କରାଯିବ । ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂଆବସ୍ତ୍ର ପରିଧାନ କରି ଜାଗା ଆଖଡାରେ କୁସ୍ତି ପ୍ରଦର୍ଶନ କରିବେ ।