ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ ।

59

କନକ ବ୍ୟୁରୋ: ଶେଷ ହେଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଲ ୨.୦ । ମଞ୍ଚେଶ୍ୱର ସ୍ଥିତ ରେଳବାଇ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷ ହୋଇଛି । ପତିଯୋଗିତାରେ ଭାଗ ନେଇ କୋର୍ଟରେ ଦମ ଦେଖାଇଛନ୍ତି ସଟଲର । ଶେଷରେ ପ୍ରତିବର୍ଗରେ ଫାଇନାଲ ଟକ୍କର ହୋଇଛି । ଫାଇନାଲ ଲଢ଼େଇରେ ବରିଷ୍ଠ ପୁରୁଷ ଯୁଗଳ ବର୍ଗରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକ ଚାମ୍ପିୟନ୍ସ ହୋଇଥିବାବେଳେ, ମହିଳା ଯୁଗଳ ବର୍ଗରେ ହର୍ଷିତା ରାଉତ ଓ ସୃତି ସ୍ୱାଇଁ ଚାମ୍ପିୟନ୍ସ ହୋଇଛନ୍ତି । ପୁରୁଷ ଜମ୍ବଲ୍ଡ ବର୍ଗରେ ରଞ୍ଜିତ କୁମାର ବନଥା ଓ ସନ୍ତୋଷ ଚୌଧୁରୀ ଚାମ୍ପିଅନ ହୋଇଛନ୍ତି । କର୍ପୋରେଟ ବର୍ଗରେ ଆଶିଷ୍ ମିଶ୍ର ଓ ମଳୟ କୁମାର ପାତ୍ର ଓ ସରକାରୀ ବର୍ଗରେ ଦିବ୍ୟଜ୍ୟୋତି ସିଂ ଓ ସୁଶାନ୍ତ କୁମାର ରାଉତ ଚାମ୍ପିଅନ ହୋଇଛନ୍ତି ।
ଚାମ୍ପିଆନମାନଙ୍କୁ ଆୟୋଜକଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି ।

ପ୍ରତିବର୍ଗର ଉପବିଜେତା ଓ ସେମିଫାଇନାଲିଷ୍ଟଙ୍କୁ ପୁରସ୍କୃତ କରାଯାଇଛି । ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ରୁଚି ଫୁଡଲାଇନ ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ବେଦାନ୍ତ ଲିମିଟେଡର ପ୍ରେସିଡେଣ୍ଟ ତପନ କୁମାର ଚାନ୍ଦ, ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଂଟର ଅଧ୍ୟକ୍ଷା ଶର୍ମିଳା ସୁବ୍ରମଣ୍ୟମ ଓ ଟୁସି ମୋଟର୍ସର ଡାଇରେକ୍ଟର ପ୍ରୀତି ପଲବି ପଟ୍ଟନାୟକ ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି । ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୨୧୯ ଦଳ ଭାଗ ନେଇଥିଲେ । ଜମ୍ବଲ୍ଡରେ ୫୭ ବରିଷ୍ଠ ପୁରୁଷ ଯୁଗଳରେ ୭୫, ମହିଳା ଯୁଗଳରେ ୧୫, କର୍ପୋରେଟ୍ ବର୍ଗରେ ୪୬ ଓ ସରକାରୀ ବର୍ଗରେ ୨୬ ଦଳ ପ୍ରତିଦ୍ୱନ୍ଦିତା କରିଥିଲେ । ଦୁଇ ଦିନ ଧରି ଚାଲିଥିଲା ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।