ନକ୍ସଲ ସଙ୍ଗଠନରେ ଯୁବତୀଙ୍କ ଭର୍ତ୍ତି ମାମଲା, ୫ ଜଣଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ୍।

76

କନକ ବ୍ୟୁରୋ: ସିପିଆଇ ମାଓବାଦୀ ସଂଗଠନରେ ଯୁବତୀଙ୍କୁ ଭର୍ତ୍ତି ମାମଲାରେ ଏନଆଇଏ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏମାନଙ୍କ ବିରୋଧରେ ବିଶାଖାପାଟଣା ପୋଲିସ ଚଳିତ ବର୍ଷ ମାମଲା ରୁଜୁ କରିଥିଲା । ଏହା ପରେ ଏନଆଇଏ ସେମାନଙ୍କ ବିରୋଧରେ ମାମଲା ଦାଏର କରିଥିଲା ସିପିଆଇ ମାଓବାଦୀୟ କ୍ୟାଡରରେ ଯୁବତୀ ରାଧାଙ୍କୁ ଭର୍ତ୍ତି ନେଇ ଏହି ମାମଲା ରୁଜୁ କରାଯାଇଥିଲା ।