ରାଜଧାନୀର ସାଲିଆ ସାହିରୁ କରୋନା ସଂକ୍ରମିତ ଠାବ: ଭୁବନେଶ୍ୱରରେ ଆଜି ୧୩ ଆକ୍ରାନ୍ତ ଚିହ୍ନଟ; ଆଇଗିଣିଆ, ଲକ୍ଷ୍ମୀସାଗର ଓ ଡୁମଡୁମାରୁ ଜଣେ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ: ରାଜଧାନୀର ସାଲିଆ ସାହି ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ । ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଘରୋଇ ସଂଗରୋଧରେ ୭ ଜଣ ଥିବା ୬ ଜଣ ସ୍ଥାନୀୟ ଅଂଚଳର । ପାତ୍ରପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Update on newly detected #COVIDー19 cases in the last 24 hrs under Bhubaneswar Municipal Corporation on 5th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/ghbFkn7Oxu— BMC (@bmcbbsr) June 5, 2020
ସେହିପରି ନ୍ୟୁ ଫରେଷ୍ଟ ପାର୍କରୁ ଚିହ୍ନଟ ୨ ଆକ୍ରାନ୍ତ ଓ ଲକ୍ଷ୍ମୀସାଗରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ଟଙ୍କପାଣି ରୋଡରୁ ଚିହ୍ନଟ ଆକ୍ରାନ୍ତ ଝାରଖଣ୍ଡରୁ ଫେରିଥିବା ବେଳେ ଚିନ୍ତାମଣିଶ୍ୱେର ଆକ୍ରାନ୍ତ ମହାରାଷ୍ଟର ଟ୍ରାଭେଲ ହିଷ୍ଟ୍ରି ରହିଛି । ଓଲ୍ଡ ଟାଉନ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଡୁମଡୁମାର ସ୍ଥାନୀୟ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ୟୁନିଟ ଫୋରର ୨ ଜଣ , ଆଇଗେଣିଆ ଓ ଲକ୍ଷ୍ମୀସାଗର ଅଂଚଳରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।