ସଟଡାଉନରେ ପେଟ୍ରୋଲ ପମ୍ପ ଖୋଲା: ୧୧ ଜିଲ୍ଲାରେ ସଟଡାଉନ ବେଳେ ଖୋଲା ରହିବ ପେଟ୍ରୋଲ ପମ୍ପ; ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଂଜୟ ଲାଠଙ୍କ ସୂଚନା

ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି ସରକାର

635

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ ରହିବ । ହେଲେ ରାଜ୍ୟର ଅନ୍ୟ ଅଂଚଳ ଭଳି ୧୧ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ପମ୍ପ ଖୋଲାଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସଂପାଦକ ସଂଜୟ ଲାଠ । କରୋନା ସଂକ୍ରମଣକୁ ଆଖିରେ ରଖି ରାଜ୍ୟର ୧୧ଜିଲ୍ଲାକୁ ଶନିବାର ଓ ରବିବାର ସଟଡାଉନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ,ଆସନ୍ତାକାଲିଠୁ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ହେବ । ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ଯାଏ ବନ୍ଦ ରହିବ ।ହେଲେ ପରୀକ୍ଷା ହେବ । ଯାହାର ଏହି ଦିନ ବିବାହ ଅଛି, ସେମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ବାହା ହେବାକୁ କହିଛନ୍ତି ମନ୍ତ୍ରୀ ନବ ଦାସ । ଘରେ ରହି, ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମାନିବାକୁ କହିଛନ୍ତି ନବ ଦାସ ।