ଗିରଫ ତହସିଲଦାର ରଶ୍ମିରେଖା ପ୍ରଧାନ ଅମାପ ସମ୍ପତିର ଚାଲିଛି ଖୋଳତାଡ । ଏଯାଏଁ ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ । ଗୋଟିଏ ମାସରେ ଆସିଥିଲା ୩୦ଥର ଅଭିଯୋଗ, ଭିଜିଲାନ୍ସ ଧରିବାକୁ ହୋଇଥିଲା ବିଫଳ ।

6,966

କନକ ବ୍ୟୁରୋ: ଲାଂଚ ନେଇ ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ଅମାପ ସମ୍ପତିର ଚାଲିଛି ଖୋଳତାଡ । ଏଯାଏଁ ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଛି । ଏହା ଭିତରେ ରହିଛି ୨ଲକ୍ଷ ୮୨ହଜାର ଟଙ୍କାର ସୁନା ଗହଣା, ଗାଡି ଓ ୮ଲକ୍ଷରୁ ଅଧିକ ଟଙ୍କାର ଏଲଆଇସି । ୪ଟି ବ୍ୟାଙ୍କ ଆକାଉଂଟରୁ ମିଳିଛି ୩ଲକ୍ଷ ୧୩ହଜାର ଟଙ୍କା । ଯାହା ଭିଜିଲାନ୍ସ ଅଧିକାରୀଙ୍କ ସନ୍ଦେହ ବଢାଇ ଦେଇଛି ।

ତେବେ ନିଜ ସମ୍ପର୍କୀୟଙ୍କ ନାଁରେ ଟଙ୍କା ଜମି ରଖିଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଏନେଇ ଭୁବନେଶ୍ୱର ଓ ବାଲେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି । ଗୋଟିଏ ମାସରେ ରଶ୍ମିରେଖା ପ୍ରଧାନଙ୍କ ନାଁରେ ୩୦ଥର ଅଭିଯୋଗ ଆସିଥିବା ସୂଚନା ମିଳିଛି ।

ସବୁଠାରୁ ବଡ଼କଥା ହେଲା ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ୫ଥର ଭିଜିଲାନ୍ସ ତାଙ୍କୁ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିବା ତହସିଲଦାର ଓ ଡାଟା ଏଂଟ୍ରି ଅପରେଟର ଏବେ ଝାରପଡା ଜେଲରେ ଅଛନ୍ତି । ଗତକାଲି ଡିଏସପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।