ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି

339

କନକ ବ୍ୟୁରୋ : ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ହିମାଂଚଳ ପ୍ରଦେଶରେ ଟ୍ରାଫିକ୍ରେ ଫଶିରହିଛି ହଜାର ହଜାର ଗାଡି । ଅଟଳ ଟନେଲରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୨୪ ଘଂଟାରେ ୨୮ ହଜାର ଗାଡି ଟନେଲ ଅତିକ୍ରମ କରିଛି । ମନାଲି ଏବଂ ଅଟଲ ଟନେଲ ମଧ୍ୟରେ ଥିବା ଶୋଲାଙ୍ଗ, ଢୁଙ୍ଗୀ, ଶିଶୁ, ସ୍ପିତି ଆଦି ଅଂଚଳରେ ପ୍ରବଳ ଟ୍ରାଫିକ୍ ଜାମ ହୋଇଛି । ସେପଟେ ଟ୍ରାଫିକ୍ରୁ ବର୍ତିବାକୁ ବିପଦଜ୍ଜନକ ପନ୍ଥା ଆପଣାଇଲେ ପର୍ଯ୍ୟଟକ । ଚନ୍ଦ୍ରା ନଦୀ ଭିତରେ ଚଳାଇଲେ ଏସୟୁଭି କାର ଥାର ।