ନେପାଳରେ ଓଲଟିଲା ତୀର୍ଥଯାତ୍ରୀ ବସ୍: ଦୁର୍ଘଟଣାରେ ୨ ଓଡିଆ ମୃତ, କାଠମାଣ୍ଡୁରୁ ଜୟନଗର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲା ବସ୍

384

କନକ ବ୍ୟୁରୋ: ନେପାଳରେ ଓଲଟିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ଓଡିଶାର ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଖୋର୍ଦ୍ଧା ମଳିପଡ଼ା ଚଙ୍କିଆର ଚରଣ ବିଶ୍ୱାଳ ଥିବା ବେଳେ ଅନ୍ୟ ଜଣେ ଡ଼େଲାଙ୍ଗ ଯମୁନା ଗାଁର ବିଜୟ ଜେନା । ନେପାଳର କାଠମାଣ୍ଡୁରୁ ଜୟନଗର ଫେରୁଥିବା ବେଳେ ବସଟି ଦୁର୍ଘଟଣା ଘଟିଛି । ଭାରତ ନେପାଳ ସୀମା ଜୟନଗରରେ ନିକଟରେ ଓଲଟି ପଡ଼ିଥିଲା ବସ୍ । ଦୁର୍ଘଟଣା ଗସ୍ତ ବସରେ ମୋଟ ୬୦ ଜଣ ଓଡିଆ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ପୁରୀ ଖୋର୍ଦ୍ଧା ଅଂଚଳର । ଗୁରୁତର ଆହତଙ୍କ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ନେପାଳକୁ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କର ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଦୁଇଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ(୫୪) ଓ ଡ଼େଲାଙ୍ଗର ବିଜୟ ଜେନା(୫୨) ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଆହୁରି ୫ ରୁ ୬ ଜଣ ଓଡ଼ିଆ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ରୋଟହଟ ଜିଲ୍ଲାର ଚନ୍ଦ୍ରନିଗାହପୁରରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ପର୍ଯ୍ୟଟକଙ୍କ ବସ । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।