ମହାନଦୀ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ! କହିଲେ, ଶୀଘ୍ର ଗଠନ କର ଟ୍ରିବ୍ୟୁନାଲ

29

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ମାସକ ମଧ୍ୟରେ ମହାନଦୀ ପାଇଁ ଟ୍ରିବୁନାଲ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ତିଆରି କରୁଥିବା ୬ଟି ପ୍ରକଳ୍ପ କାମକୁ ତୁରନ୍ତ ବନ୍ଦ କରିବା ପାଇଁ ଯଦି ପଦକ୍ଷେପ ନିଆଯାଏ ତେବେ ସେ କୃତଜ୍ଞ ରହିବେ ବୋଲି ଲେଖିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ ମୋଦିଙ୍କୁ ଲେଖିଥିବା ପତ୍ରରେ ନବୀନ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟ ମହାନଦୀ ପାଇଁ ଟ୍ରିବୁନାଲ୍ ଗଠନ କରିବାକୁ ଜାନୁଆରୀ ୨୩ରୁ ନିର୍ଦ୍ଦେଶ ଦେଲେଣି । ମାସକ ମଧ୍ୟରେ ଟ୍ରିବୁନାଲ୍ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଓଡ଼ିଶାର ୬୦ ପ୍ରତିଶତ ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ତିଆରି କରୁଥିବା ୬ଟି ପ୍ରକଳ୍ପ ବନ୍ଦ ନକଲେ ଟ୍ରିବୁନାଲ ଗଠନର କୌଣସି ମୂଲ୍ୟ ରହିବ ନାହିଁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପ୍ରଶ୍ନ ଉଠୁଛି ନବୀନଙ୍କ ଏହି ଚିଠି କଣ ମହାନଦୀ ବିବାଦର ସମାଧାନ କରିପାରିବ କି ?