ଅଭିନୟ ପରେ ନିର୍ଦେଶନା : ପୁଣି ନନ୍ଦିତାଙ୍କ ଯାଦୁ ଦେଖିବ ବଲିଉଡ୍

57

nandita-das-ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇ ସାରିବା ପରେ ଏବେ ନିର୍ଦେଶନାରେ ପାଦ ଥାପିଛନ୍ତି ଓଡିଆ ଝିଅ ନନ୍ଦିତା ଦାସ । ଫିଲ୍ମର ନାଁ ହେଉଛି ‘ମଣ୍ଟୋ’ । ମୁଭିର ଲିଡ୍ ରୋଲରେ ଅଛନ୍ତି ନୱାଜୁଦ୍ଦିନ୍ ସିଦ୍ଦିକି । ଫିଲ୍ମଟି ଭାରତର ପ୍ରସିଦ୍ଧ ଲେଖକ ସାଦାତ୍ ହସନ୍ ମଣ୍ଟୋଙ୍କ ଜୀବନ ଉପରେ ଆଧାରିତ । ମଣ୍ଟୋ ତାଙ୍କ ସଟ୍ ଷ୍ଟୋରୀ, ରେଡିଓ ପ୍ଲେ ଓ ନୋବେଲ୍ ପାଇଁ ଦେଶର ଜଣେ ଚର୍ଚ୍ଚିତ ବ୍ୟକ୍ତି ଥିଲେ ।ତେବେ ମଣ୍ଟୋ ପୂର୍ବରୁ ନନ୍ଦିତା ‘ଫିରକ୍’ ରେ ମଧ୍ୟ ନିର୍ଦେଶନା ଦେଇସାରିଛନ୍ତି ।

Nawazuddin Siddiqui ନନ୍ଦିତାଙ୍କ ପରି ଜଣେ ସଫଳ ବ୍ୟକ୍ତିତ୍ୱଙ୍କ ସହ କାମ କରୁଥିବାରୁ ଖୁସି ସହ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ନୱାଜୁଦ୍ଦିନ୍ । ଫାୟାର୍ଆର୍ଥ୍ ଭଳି ମୁଭି କରି ଚର୍ଚ୍ଚାରେ ଥିଲେ ବ୍ଲାକ୍ ବ୍ୟୁଟି ନନ୍ଦିତା । କେବଳ ହିନ୍ଦୀ ସିନେମାରେ ନୁହେଁ ପ୍ରାୟ୧୦ଟି ଭିନ୍ନ ଭିନ୍ନ ଭାଷାରେ ଅଭିନୟ କରି ସାରିଛନ୍ତି ନନ୍ଦିତା ।