କରୋନା ବିରୋଧୀ ଲଢେଇରେ ଜୋରଦାର ଚାଲିଛି ଟିକାକରଣ, ଖୁବଶୀଘ୍ର ଭାରତ ବାୟୋଟେକ ଆଣୁଛି ନାଜାଲ ଭ୍ୟାକ୍ସିନ

146

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ଭିତରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଏହାରି ଭିତରେ ଟିକା ଉତ୍ପାଦନ କମ୍ପାନୀ ଭାରତ ବାୟୋଟେକ୍ ଆଣୁଛି ଆଉ ଏକ କରୋନା ଟିକା । ଯାହାକୁ କି ଛୁଂଚିରେ ଦେବା ବଦଳରେ ନାକରେ ସ୍ପ୍ରେ କରାଯିବ । ଏହି ନାଜାଲ ଟିକା ସାରା ବିଶ୍ୱ ପାଇଁ ଗେମ୍ ଚେଂଜର ହୋଇପାରେ । ସେପଟେ ଜାଇଡସ୍ କାଡିଲା କରୋନା ଭାଇରସ୍ ଟିକା ‘ଜାଇକଭ୍-ଡି’ର ଯୋଗାଣ ଆରମ୍ଭ କରିଛି ।

ଦେଶରେ କରୋନାର ତୃତୀୟ ଲହର ଭୟ ଶେଷ ହୋଇନି । ଓମିକ୍ରନ୍ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି । ଓମିକ୍ରନ୍ର ଉପ ପ୍ରଜାତି ବିଏ.୨ ଭୟ ବଢିବାରେ ଲାଗିଲାଣି । ଓମିକ୍ରନ୍ର ଏହି ଉପ ପ୍ରଜାତି ୫୭ ଦେଶରେ କାୟା ବିସ୍ତାର କଲାଣି । ଏହାରି ଭିତରେ ଟିକା ଉତ୍ପାଦନ କମ୍ପାନୀ ଭାରତ ବାୟୋଟେକ୍ ଆଣୁଛି ଆଉ ଏକ କରୋନା ଟିକା । ଯାହାକୁ କି ଛୁଂଚିରେ ଦେବା ବଦଳରେ ନାକରେ ସ୍ପ୍ରେ କରାଯିବ । ଏହି ନାଜାଲ ଟିକା ସାରା ବିଶ୍ୱ ପାଇଁ ଗେମ୍ ଚେଂଜର ହୋଇପାରେ । ବୁଷ୍ଟର ଡୋଜ୍ ଠାରୁ ବି ଏହା ପ୍ରଭାବୀ ହୋଇପାରେ ।
ସେପଟେ କରୋନା ବିରୋଧୀ ଲଢେଇରେୀ ଦେଶକୁ ନୂଆ ଅସ୍ତ୍ର ଭାବେ ନୂଆ ଟିକା ଖୁବ ଶିଘ୍ର ମିଳିବାକୁ ଯାଉଛି । ଫାର୍ମ କମ୍ପାନୀ ଜାଇଡସ୍ କାଡିଲା କରୋନା ଭାଇରସ୍ ଟିକା ‘ଜାଇକଭ୍-ଡି’ର ଯୋଗାଣ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ‘ଜାଇକଭ୍-ଡି’ ଟିକା ଯୋଗାଣ ଆରମ୍ଭ ହୋଇଛି । ‘ଜାଇକଭ୍-ଡି’ ହେଉଛି ଏକ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା । ପ୍ରତି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା ରଖାଯାଇଛି । ଏହା ସହ ପ୍ରତି ଡୋଜ୍ ନେବା ପାଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରଖାଯାଇଛି । ତେଣୁ ପ୍ରତି ଡୋଜ୍ର ମୋଟ୍ ମୂଲ୍ୟ ୩୫୮ ଟଙ୍କା ପଡ଼ିବ । ଜାଇକଭ୍-ଡି’ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ ।