ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ

 ମୃତ ଯୁବତୀ ମୟୁରଭଂଜର ବୋଲି ସୂଚନା; ପୁଲିସର ଖୋଳତାଡ଼ ଆରମ୍ଭ

842

କନକ ବ୍ୟୁରୋ : ସିସିଟିଭିରେ ଧରାପଡିଲା ସତ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ  ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ସ୍କୁଟିରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ମଝିରେ ବସେଇ ନେଇକି ଆସୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯୁବତୀଙ୍କୁ ଦୁଇ ଯୁବକ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ କହିଛନ୍ତି । ତେବେ ମୃତଦେହ ମିଳିଥିବା ଯୁବତୀ ମୟୁରଭଂଜର ।

ଗତକାଲି ବସ ଯୋଗେ ଆସି ସେ ଭୁବନେଶ୍ୱର ବାଣୀବିହାରରେ ପହଚିଂଥିଲେ । ତା ପରେ କୁଆଡେ ଯାଇଥିଲେ ଜଣାପଡିନଥିଲା । ଆଜି ସକାଳୁ ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ମିଳିଥିବା କହିଛନ୍ତି ଆଡିସନାଲ ଏସପି । ଯୁବତୀଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ମଧ୍ୟ ଉଦ୍ଧାର ହୋଇଛି । କୁଆଖିଆ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଯୁବତୀଙ୍କ ମୃତ୍ୟୁ କେମିତି ହେଲା  ଓ ରାସ୍ତା କଡ଼ରେ ଯୁବତୀଙ୍କ ମୃତଦେହ ଫିଙ୍ଗିଥିବା ଦୁଇ ଯୁବକ କିଏ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି ।