କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ

୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଟିକା କରଣ ଶେଷ କରିବାକୁ ଲକ୍ଷ୍ୟ

105

କନକ ବ୍ୟୁରୋ: ରାଜ୍ୟରେ ଜୋରସୋରରେ ଚାଲିଛି କରୋନା ଟିକାକରଣ । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତ ବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା ।

ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଛି । ଏବେ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନ ୨ ହଜାର ୩୬୦ ଜଣଙ୍କୁ ଟିକାକରଣ କରାଯିବ । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ରହିଛନ୍ତି ।

ସେପଟେ, ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର । ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।