ଅଧରାତିରେ ବିଗ୍ ବସ୍ ବିଜେତା ମୁନାୱର ଫାରୁକିଙ୍କୁ ଉଠାଇନେଲା ପୋଲିସ । ରେଡ୍ ବେଳେ ଧରାପଡିଲେ ମୁନାୱର ।

330

କନକ ବ୍ୟୁରୋ: ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ବିଗ୍ ବସ୍ ଓ ଲକ୍ ଅପ୍ ଭଳି ପ୍ରସିଦ୍ଧ ରିଆଲିଟି ଶୋ’ର ବିଜେତା ମୁନାୱର ଫାରୁକିଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସ ଅଟକ ରଖିଛି। ବାସ୍ତବରେ ଏଠାରେ ଫୋର୍ଟ ଅଞ୍ଚଳରେ ଥିବା ଏକ ହୁକ୍କା ପାର୍ଲର ଉପରେ ପୁଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୁଲିସ ମୁନାୱର ଫାରୁକିଙ୍କ ସମେତ ୧୪ ଜଣଙ୍କୁ ଧରିଥିଲା। ତେବେ ଏହା ଜାମିନଯୋଗ୍ୟ ଅପରାଧ ହୋଇଥିବାରୁ ପୁଲିସ ପଚରାଉଚରା କରିବା ପରେ ମୁନାୱର ଫାରୁକିଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି । ମୁମ୍ବାଇ ପୁଲିସ ଏବେ ପୂରା ମାମଲାର ତଦନ୍ତ ଜାରି ରଖିଛି।

ମୁମ୍ବାଇ ପୋଲିସର କହିବା ଅନୁସାରେ, ନିଶା ଦ୍ରବ୍ୟକୁ ହର୍ବାଲ ଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ଖବର ପାଇଁ ପୋଲିସ ଟିମ୍ ହୁକ୍କା ବାରରେ ଚଢ଼ାଉ କରିଥିଲା। ସେଠାରେ ବ୍ୟବହୃତ ସାମଗ୍ରୀର ଯାଞ୍ଚ କରିବା ପାଇଁ ଟେଷ୍ଟିଂ ଟିମ ମଧ୍ୟ ଯାଇଥିଲେ । ସେଠାରେ ଘଟଣାର ସତ୍ୟାସତ୍ୟ ଧରାପଡିବା ସହ ସମ୍ପୃକ୍ତଙ୍କ ମଧ୍ୟରେ ମୁନାୱରଙ୍କୁ ମଧ୍ୟ ଧରିଥିଲା ପୋଲିସ ।