ଗରୀବ ଗୁହାରି ଶୁଣିଲେନି ମେଡିକାଲ କର୍ତ୍ତୃପକ୍ଷ । ମିଳିଲାନି ମହାପ୍ରୟାଣ ଗାଡି । ଟ୍ରଲିରେ ବୋହିନେଲେ ମା’ର ଶବ ।

64

କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡି, ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ । କଟକ ଜିଲଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ ।
ସୂଚନା ମୁତାବକ, ହରିରାଜପୁର ଗାଁରେ ଭରତ ଭୋଇଙ୍କ ମା’ର ଦେହାନ୍ତ ବାଙ୍କୀ ମେଡିକାଲରେ ହୋଇଥିଲା । ମା’ଙ୍କ ମୃତ୍ୟୁ ପରେ ଶବ ନେବାକୁ ତାଙ୍କ ପାଖରେ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡିରେ ମୃତଦେହ ନେବାକୁ ମେଡିକାଲ କର୍ତ୍ତୃୃର୍ପକ୍ଷଙ୍କ ନିକଟରେ ନେହୁରା ହୋଇଥିଲେ । ମାତ୍ର ମେଡିକାଲ କର୍ତ୍ତୃୃର୍ପକ୍ଷ ତାଙ୍କ ଗୁହାରି ଶୁଣିନଥିଲେ । ତେଣୁ ସେ ବାଧ୍ୟ ହୋଇ ଟ୍ରଲିରେ ମା’ଙ୍କ ଶବ ବୋହି ନେଇଥିଲେ ।