ଶାଶୂ ବିରୁଦ୍ଧରେ ବୋହୂର ହନିଟ୍ରାପ୍ ଅଭିଯୋଗ ଘଟଣା: ବୋହୂ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶାଶୂ ଜ୍ୟୋତିର୍ମୟୀ

716

କନକ ବ୍ୟୁରୋ: ଶାଶୂ କରନ୍ତି ହନିଟ୍ରାପ୍ । ବୋହୂ ସୁରଭୀ ସାହୁ ଏଭଳି ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ଶାଶୂ ଜ୍ୟୋର୍ତିମୟୀ କର । ବୋହୂଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ସେ ତାଙ୍କ ବୋହୂ ନୁହନ୍ତି । ନିର୍ବନ୍ଧ ସରିବା ପରେ ସୁରଭୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ସେ ତାଙ୍କ ପୁଅ ସହ ବାହାଘର କରିନଥିଲେ । ହେଲେ ସୁରଭୀ ତାଙ୍କ ପୁଅକୁ କୌଣସି ପ୍ରକାରେ ନିଜ ସପକ୍ଷକୁ ନେଇ ଯାଇଛନ୍ତି । ସେ ବିବାହରେ ରାଜି ହୋଇନଥିବାରୁ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ଶାଶୂ ଜ୍ୟୋର୍ତିମୟୀ କର । ଶାଶୂ ହନିଟ୍ରାପ୍ କରୁଥିବା ନେଇ ଅଭିଯୋଗ କରିଛନ୍ତି ବୋହୂ ସୁରଭୀ । ଯୁବକଙ୍କୁ ନିଜ ମାୟାଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ପୋଲିସରେ ଶାଶୂଙ୍କ ନାଁରେ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ପୋଲିସ କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି ବୋହୂ ସୁରଭୀ ସାହୁ ।