ସୁବର୍ଣ୍ଣପୁର ବଡଝିଙ୍କି ଗାଁରୁ ଆସିଛି ଅଭାବନୀୟ ଖବର :  ୪ ଶିଶୁ କନ୍ୟା ଜନ୍ମ ଦେଲେ ବନତୀ ମୁଣ୍ଡା

2,237

କନକ ବୁରୋ : ଏକାଥରେ ୪ ଶିଶୁଙ୍କୁ ଜନ୍ମ ଦେଇ ଗୁରୁତର ମାଆ । ସୁବର୍ଣ୍ଣପୁର ବଡଝିଙ୍କି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭବାନୀୟ ଖବର । ୪ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ସଦର ବ୍ଲକ ବଡଝିଙ୍କି ଗାଁର ବନତୀ ମୁଣ୍ଡା । ଶିଶୁ ଗୁଡିକ ୫ଶହ ଗ୍ରାମର ହୋଇଥିବାରୁ ସବୁ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏବେ ବନତୀଙ୍କ ଅବସ୍ଥା ଠିକ୍ ରହିଛି । 

ଆଜି ସକାଳୁ ବନତୀ ଘରେ ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଥିବା ବେଳେ ସୁବର୍ଣ୍ଣପୁର ଡାକ୍ତରଖାନାରେ ୪ ଦୁଇ ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ । ତେବେ ଶିଶୁଙ୍କର ବିକାଶ ଠିକ୍ ଭାବରେ ହୋଇପାରିନଥିବାରୁ ସମସ୍ତଙ୍କ ମୃତ୍ୟୁ ହୋଇଛି ।