ଜହ୍ମକୁ ଫେରାଇ ଦେବା ପାଇଁ ବାହୁନି ବାହୁନି କାନ୍ଦୁଛି ମା’ । ଜିଲ୍ଲାପାଳ ଅଫିସ ସାମ୍ନାରେ ସରକାରୀ ଅଧିକାରୀଙ୍କୁ ଶିଶୁ ଫେରାଇ ଦେବାକୁ ନିବେଦନ

168

କନକ ବ୍ୟୁରୋ : ଜହ୍ନକୁ ଫେରାଇଦେବା ପାଇଁ ପଣତକାନି ପତାଇ ଭିକ୍ଷା ମାଗୁଛି ଯଶୋଦା ମା’ । ଛତ୍ରପୁର କଲେକ୍ଟର ଅଫିସରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପାଳିତ ଝିଅ ଜହ୍ନକୁ ବ୍ରହ୍ମପୁର ସିଡବ୍ଲୁସି ନେଇଯିବା ପରେ ପୁଣି ଥରେ ଫେରାଇଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବାପା ମା’ ।

ପ୍ରବଳ ବର୍ଷାକୁ ଖାତିର ନକରି ଉଭୟ ଉଭୟ କଲେକ୍ଟର ଅଫିସ ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଯଶୋଦା ମା’ ମାଧୁରୀଙ୍କ ଠାରୁ ଶିଶୁ କନ୍ୟା ଜହ୍ନକୁ ୪ ତାରିଖରେ ଉଦ୍ଧାର କରିଥିଲେ ସିଡବ୍ଲ୍ୟୁସି । ଏହା ପରେ ମାଧୁରୀ ଆଜି ପର୍ଯ୍ୟନ୍ତ କାନ୍ଦି କାନ୍ଦି ବିଭିନ୍ନ କାର୍ଯ୍ୟାଳୟ ବୁଲୁଛନ୍ତି । ଝିଅକୁ ଫେରାଇଦେବା ପାଇଁ ବାହୁନି ବାହୁନି କାନ୍ଧିବା ସହ ପଣତକାନି ପତାଇ ଭିକ୍ଷା ମାଗିଛନ୍ତି । ଜହ୍ନକୁ ଫେରାଇଦେବା ପାଇଁ ସରକାରୀ ବାବୁଙ୍କ ପାଖରେ ଗୁହାରୀ କରୁଛନ୍ତି ।