ଟଙ୍କା ପାଇଁ ପାକ୍ ଏଜେଂଟ ସହ ମିଶାଇଥିଲେ ହାତ! ୟୁପିଆଇ ଜରିଆରେ ଓଡ଼ିଆ ଯୁବକଙ୍କ ପାଖକୁ ଆସୁଥିଲା ଟଙ୍କା

399

କନକ ବ୍ୟୁରୋ: କିଛି ଏଭଳି ଢ଼ଙ୍ଗରେ ଲମ୍ବିଥିଲା ଓଟିିପି ସ୍କାମର ଚେର । ପାକିସ୍ତାନରେ ବସିଥିଲେ ମାଣ୍ଡରମାଇଣ୍ଡ । ଯାହାର ନିର୍ଦ୍ଦେଶକୁ ଅନୁସରଣ କରୁଥିଲା ମହିଳା ପାକିସ୍ତାନୀ ଏଜେଂଟ୍ । ଏହି ଏଜେଂଟ୍୍ଙ୍କ ଇସାରାରେ ପରିଚାଳିତ ହେଉଥିଲେ ଓଡ଼ିଶାର ଯୁବକ । ଓଟିପି ସମ୍ପର୍କିତ ଯେଉଁ ସବୁ ତଥ୍ୟ ଏହି ଓଡ଼ିଆ ଯୁବକମାନେ ମହିଳା ଏଜେଂଟଙ୍କ ପାଖରେ ପହଂଯାଉଥିଲେ, ସେଇ ତଥ୍ୟକୁ ବ୍ୟବହାର କରି ଅପରାଧ, ଷଡ଼ଯନ୍ତ୍ର ଆଦି କାମରେ ବ୍ୟବହାର କରୁଥିଲେ ।

ଜୀବନକୁ ଉପଯୋଗ କରିବା ପାଇଁ ସହଜରେ ଟଙ୍କା ରୋଜଗାରର ବାଟ ବାହାର କରିଥିଲେ ଗିରଫ ହୋଇଥିବା ଏହି ୩ ଯୁବକ । ଓଡ଼ିଶାରେ ବ୍ୟବହାର ହେଉଥିବା ସିମ୍୍ର ତଥ୍ୟ ଦେଇ ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା । ଯେଉଁଥିରେ ଦାମୀ ମୋବାଇଲ୍, ଦାମୀ ଗାଡ଼ି ଏବଂ ବିଳାସପୂର୍ଣ୍ଣ ଜୀବନ ବଂଚୁଥିଲେ । ୟୁପିଆଇ ଟ୍ରାଞ୍ଜାକ୍ସନ୍ ଜରିଆରେ ଯୁବକଙ୍କ ପାଖକୁ ଟଙ୍କା ଆସିଥିବା ସ୍ପଷ୍ଟ କରିଛନ୍ତି ଏସଟିଏଫ୍ ଆଇଜି । ବ୍ୟବହାର କରୁଥିବା ୬୧ଟି ବ୍ୟାଙ୍କ ଆକାଉଂଟର ଖୋଳତାଳ ଚାଲିଛି । ତେବେ କେବେଠୁ କେତେ ଟଙ୍କା, କେଉଁ ମାଧ୍ୟମରେ କେତେ ଥର ଆସିଛି, ସେନେଇ ଏନପିସିଆଇକୁ ତଥ୍ୟ ମାଗିଛି ଏସଟିଏଫ୍ ।

ହନିଟ୍ରାପ୍ ମାମଲାରେ ରାଜସ୍ତାନରୁ ଗିରଫ ହୋଇଥିବା ପାକିସ୍ତାନୀ ମହିଳା ଏଜେଂଟ୍ଙ୍କ ସହ ଏହି ଯୁବକମାନେ ଯୋଗଯୋଗରେ ଥିଲେ । ହେଲେ ଯୋଗାଯୋଗ ପାଇଁ ଫୋନ୍ କଲର ବ୍ୟବହାର କରିବା ପରିବର୍ତେ, ବିଭିନ୍ନ ଆପ୍ ଏବଂ ସୋସିଆଲ ମିଡ଼ିଆ କଲ୍ ଜରିଆରେ କଥାବାର୍ତା କରୁଥିଲେ । ବଡ଼ କଥା ହେଉଛି ଏହି ରାକେଟରେ ଆଉ କିଛି ଯୁବକ ସଂପୃକ୍ତ ଥିବା ସନ୍ଦେହ କରୁଛି ଏସଟିଏଫ୍ ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି-
– କ’ଣ ପାଇଁ ପାକିସ୍ତାନ ପ୍ରେମରେ ପଡ଼ିଗଲେ ଓଡ଼ିଆ ଯୁବକ?
– ପାକିସ୍ତାନକୁ କ’ଣ ପାଇଁ ଆବଶ୍ୟକ ପଡ଼ିଲା ଓଡ଼ିଶାର ଡାଟା?
– ହନିଟ୍ରାପରେ ସଂପୃକ୍ତ ମହିଳା ଏଜେଂଟକୁ ବ୍ୟବହାର କରିବା ପଛର କାରଣ କ’ଣ?
– ଓଡ଼ିଶାର କେତେ ଜଣଙ୍କ ସହ ସମ୍ପର୍କରେ ରହିଛି ପାକିସ୍ତାନ?