ମନି ଲଣ୍ଡରିଂ ଅଭିଯୋଗ : ମୋବାଇଲ୍ କମ୍ପାନୀ ଭିଭୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଇଡି ନୋଟିସ୍

183

କନକ ବ୍ୟୁରୋ : ମନିଲଣ୍ଡରିଂ ଅଭିଯୋଗ, ମୋବାଇଲ କମ୍ପାନୀ ଭିଭୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନୋଟିସ୍ କଲା ଇଡି । ଏ.ଡି. ଚେନଙ୍କୁ ହାଜର ହେବା ପାଇଁ ନୋଟିସ କରିଛି ଇଡି । ଭିଭୋ କମ୍ପାନୀ ନାଁ ରେ ରହିଛି କୋଟି କୋଟି ଆୟକର ଫାଙ୍କିବା ଅଭିଯୋଗ । କିଛି ମାସ ତଳେ ଏହି ଘଟଣାରେ ୪୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା ।

୨୦୨୨ ଜୁଲାଇରେ ସାରା ଦେଶରେ ଇଡି ଚଢ଼ାଉ କରିଥିଲା । ଜାଲ କାଗଜପତ୍ର ଜରିଆରେ ଚଳାଇଥିଲେ ବେପାର । ଚାଇନାରୁ ଆସି ଜଗତସିଂହପୁରରେ ବିବାହ କରିଛନ୍ତି ଏ.ଡି. ଚେନ । ବାଲିଅନ୍ତା ଥାନା ହଂସପାଳ ଅଞ୍ଚଳରେ ରହଛି ଏ.ଡି. ଚେନଙ୍କ ଫ୍ଲାଟ୍ । ୨୦୧୯ ର ପ୍ରେମବିବାହ କରିଥିଲେ ଏ.ଡି. ଚେନ୍ ।