ବିଜେପିର ସଙ୍କଳ୍ପ ପତ୍ରକୁ ଦୋହରାଇଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର ।

125

କନକ ବ୍ୟୁରୋ: ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି ତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହି କ୍ରମରେ ସେ ବିଜେପିର ସଙ୍କଳ୍ପ ପତ୍ରକୁ ଦୋହରାଇବା ସହ ଏଥିରେ ଥିବା ୨୧ ଟି ପ୍ରତିଶ୍ରୁତିକୁ ପୂରଣ କରିବାକୁ କହିଛନ୍ତି । ଏହାସହ ବିଜେଡି ସରକାରଙ୍କ ଦୋଷ ଦୁର୍ବଳାତାକୁ ମଧ୍ୟ ବଖାଣିଛନ୍ତି ଧମେନ୍ଦ୍ର ପ୍ରଧାନ ।

ସଙ୍କଳ୍ପ ପତ୍ରକୁ ଦୋହରାଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ବିଜେପି ସରକାର ଗଢିଲେ ରାଜ୍ୟର ମା’, ଭଉଣୀଙ୍କୁ ୫୦ ହଜାର ଟଙ୍କାର ଉପହାର ମିଳିବ । ଏହି ରାଶିକୁ ଜଣେ କିସ୍ତିରେ ହେଉ ବା ଏକକାଳୀନ ବ୍ୟାଙ୍କରୁ ନେଇପାରିବେ । ଏହାକୁ ଆଉ ଫେରାଇବାକୁ ପଡିବନାହିଁ । ଏହାବ୍ୟତୀତ ରାଜ୍ୟର ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ମୋଦୀ ସରକାର ବିଶେଷ ଯୋଜନା କରିବାକୁ ଯାଉଛନ୍ତି । ବର୍ଷକର ଯେଉଁ ମାସରେ ଧୀବର ଭାଇମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇପାରନ୍ତି ନାହିଁ ସେହି ସମୟ ପାଇଁ ସେମାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦିଆଯିବ ।
ସଙ୍କଳ୍ପ ପତ୍ରରେ ଥିବା ସବୁଠାରୁ ବଡ କଥା ହେଉଛି ଯୁବ ଗୋଷ୍ଠୀଙ୍କ ପାଇଁ । କାରଣ ରାଜ୍ୟରେ ବିଜେପି ସରକାର ଗଢିଲେ ସ୍ୱତନ୍ତ୍ର ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦେଢ ଲକ୍ଷ ସରକାରୀ ନିଯୁକ୍ତିି ସହ ମୋଟ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କଥା ସେ କହିଛନ୍ତି । ଏହି କ୍ରମରେ ରାଜ୍ୟରେ ୭୫ ହଜାର କିଲୋମିଟରର ରାସ୍ତା କରାଯିବା ସହ ନିର୍ଦ୍ଦଷ୍ଟ ଜିଲ୍ଲା ମାନଙ୍କରେ ଇଣ୍ଡଷ୍ଟ୍ରିଆଲ କରିଡର କରାଯିବ , ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସବୁ ଗରିବ ମୁଣ୍ଡ ଉପରେ ଛାତଟିଏ ରହିବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ଅଧିନରେ ଆହୁରି ୧୫ ଲକ୍ଷ ଘର ତୋଳିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଛଡା ସମ୍ବଲପୁରକୁ ଟେକଷ୍ଟାଇଲ ହବ୍ କରାଯିବ, ଫଳରେ ବୁଣାକାରମାନଙ୍କୁ ବିଶେଷ ଲାଭ ମିଳିବ । ଏଥିରେ ବୁଣାକାରଙ୍କ ଉତ୍ପାଦକୁ ବିଶ୍ୱବ୍ୟାପୀ ବଜାରକରଣ କରାଯିବା ସହ ସେମାନଙ୍କ ଉତ୍ପାଦର ମାନକ ରକ୍ଷା କରାଯାଇପାରିବ ।

କେବଳ ଏତିକି ନୁହେଁ ରାଜ୍ୟରେ ବିଧବା, ଦିବ୍ୟାଙ୍ଗ ଓ ନିରାଶ୍ରୟଙ୍କୁ ଯେଉଁ ୧୦୦୦ ଟଙ୍କା ଭତ୍ତା ମିଳୁଛି ତାକୁ ବଢାଯାଇ ୩୦୦୦ ଟଙ୍କା ଭତ୍ତା ଦିଆଯିବ । ଏବଂ ୮୦ ପ୍ରତିଶତ ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ସାଢେ ୩ ହଜାର ଟଙ୍କାର ଭତ୍ତା ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ରାଜ୍ୟରେ ଯେତିକି ସ୍କୁଲ କଲେଜ ହେବା କଥା ତାହା କରାଯାଇ ନାହିଁ କି ସେଥିରେ ଶିକ୍ଷାଦାନ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ନାହାଁନ୍ତି । ଫଳରେ ରାଜ୍ୟରେ ଶିକ୍ଷାର ମାନ ପଛୁଆ ରହିଛି ।

୨୫ ବର୍ଷ ଭିତରେ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି କୌଣସି ଗଚୁରୁତ୍ୱ ଦେଉନାହାଁନ୍ତି । ୨୫ ବର୍ଷର ଶାସନ କାଳରେ ରାଜ୍ୟରେ ଅତ୍ୟାବଶ୍ୟକ ଆବଶ୍ୟକତା ଯେପରିକି ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ସମସ୍ୟାକକୁ ଏଯାଏଁ କାହିଁକି ସମସ୍ୟା କରିପାରିନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।