ନେତାଙ୍କ ନାଁରେ ମାଳମାଳ ମାମଲା : ସର୍ବାଧିକ ୪୮୨ଟି ମାମଲା ସହ ମହାରାଷ୍ଟ୍ର ଦେଶରେ ପ୍ରଥମ

62

କନକ ବ୍ୟୁରୋ : ଓଡ଼ିଶାର ବର୍ତ୍ତମାନ ଓ ପୂର୍ବତନ ସାଂସଦ, ବିଧାୟକଙ୍କ ନାଁରେ ୪୫୪ଟି ଫୌଜଦାରୀ ମାମଲା ବିଚରାଧୀନ ରହିଛି । ସଂଖ୍ୟା ଦୃଷ୍ଟିରୁ ବିଚାରଧୀନ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସର୍ବାଧିକ ୪୮୨ଟି ମାମଲା ସହ ମହାରାଷ୍ଟ୍ର ଦେଶର ପ୍ରଥମ ସ୍ଥାନରେ ରହିଛି । ଦେଶରେ ୫ ବର୍ଷରୁ ଅଧିକ ସମୟ ଧରି ୯୬୨ଟି ମାମଲା ବିଚାରଧୀନ ଥିବା ବେଳେ ଏଥିରେ ଓଡ଼ିଶାର ସର୍ବାଧିକ ୩୨୩ଟି ମାମଲା ରହିଛି ।

ଚଳିତ ମାସ ୧୨ ସୁଦ୍ଧା ଦେଶର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରଧୀନ ଫୌଜଦାରୀ ମାମଲା ସଂପର୍କରେ ହାଇକୋର୍ଟମାନଙ୍କରୁ ଉପଲବ୍ଧ ତଥ୍ୟ ଆଧାରରେ ଆମିକସ କ୍ୟୁରି ବିଜୟ ହଂସାରିଆ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ ଏହି ତଥ୍ୟ ରହିଛି । ଚଳିତ ମାସ ୧୨ ସୁଦ୍ଧା ଓଡ଼ିଶା ସମେତ ୨୬ଟି ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ମୋଟ ୩୦୬୯ ଫୌଜଦାରୀ ମାମଲା ବିଚାରଧୀନ ରହିଛି ।