ଟେସଲାକୁ ବଡ଼ ରିହାତି। ଭାରତରେ ପ୍ରବେଶ କରିବାକୁ ଏହାଠାରୁ ଭଲ ସୁଯୋଗ ମିଳିବନାହିଁ । ୮୫ ପ୍ରତିଶତ ରିହାତି

56

ଇଲେକ୍ଟ୍ରିକ ଭେହିକିଲ ଉପରେ ଆମଦାନୀ ଶୁଳ୍କକୁ ୧୦୦ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରିବାକୁ ସରକାର ଯୋଜନା କରୁଛନ୍ତି ।  ନୂତନ ଆମଦାନୀ ନୀତି କାର୍ଯ୍ୟକାରୀ ହେବା ପରେ ଦେଶର ଇଭି ବଜାରରେ ଟେସଲା କାରଗୁଡିକର ପ୍ରବେଶ ସହଜ ହେବ ।

ଆଗାମୀ କିଛି ବର୍ଷ ମଧ୍ୟରେ ଆମ ଦେଶର ରାସ୍ତାରେ ଟେସଲା କାରର ଲମ୍ବା ଲାଇନ ଦେଖିବାକୁ ମିଳିପାରେ । ଏଥିରେ  ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।  ଯଦି ବିଳାସପୂର୍ଣ୍ଣ କାର ଉତ୍ପାଦନକାରୀ କମ୍ପାନୀଗୁଡିକ ସରକାରଙ୍କ ଯୋଜନାରେ ସହମତ ହୁଅନ୍ତି, ତେବେ ଆମ ରାସ୍ତାରେ ଏଗୁଡ଼ିକ ଖୁବ ଶୀଘ୍ର ଦୌଡୁଥିବାର ଆପଣ ଦେଖିବାକୁ ପାଇବେ । ମୋଦୀ ସରକାର ବୈଦୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟେସଲା, ବିଏମଡବ୍ଲୁ ଏବଂ ଅଡି ପରି ବୈଷୟିକ ଦୃଷ୍ଟିରୁ ଉନ୍ନତ କାର ଉତ୍ପାଦନକାରୀ କମ୍ପାନୀଗୁଡିକ ପାଇଁ ସରକାର ଏକ ନୀତି ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାରେ ସ୍ଥାନୀୟ ସ୍ତରରେ ଉତ୍ପାଦନ ସହିତ ଆମଦାନୀ ଶୁଳ୍କ ହ୍ରାସ ମଧ୍ୟ ଅନ୍ତର୍ଭୁକ୍ତ । ଇଲେକ୍ଟ୍ରିକ ଭେହିକିଲ ଗୁଡିକର ଆମଦାନୀ ଶୁଳ୍କକୁ ୧୦୦% ରୁ ହ୍ରାସ କରି ୧୫%  ପ୍ରତିଶତ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ଆମଦାନୀ ଶୁଳ୍କ ହ୍ରାସ ହେତୁ ବୈଦ୍ୟୁତିକ କାରର ମୂଲ୍ୟ ହ୍ରାସ ପାଇବ ଏବଂ ଦେଶରେ ମହଙ୍ଗା କାର ବିକ୍ରି ବୃଦ୍ଧି ପାଇବ । ଏଲନ୍ ମସ୍କଙ୍କ ଟେସଲା ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ​​ଏବଂ ବୈଦ୍ୟୁତିକ ଯାନ ପାଇଁ ଶତପ୍ରତିଶତ ଆମଦାନୀ ଶୁଳ୍କ ହଟାଇବାକୁ ଭାରତୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ବର୍ତ୍ତମାନ ସରକାର ଯେତେବେଳେ ୧୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଯୋଜନା ତାହାକୁ ଆପଣ କହିପାରନ୍ତି ୧୦୦ ଟଙ୍କାରେ ୮୫ ଟଙ୍କା ରିହାତି ଦେବା ।

ସରକାର ଏହି ସର୍ତ୍ତ ସବୁ ରଖିପାରନ୍ତି

ଆମଦାନୀ ଶୁଳ୍କରେ ବିପୁଳ ରିହାତି ପ୍ରଦାନ କରିବାକୁ ପ୍ରସ୍ତୁତ ହେବା ସହିତ ସରକାରଙ୍କର ମଧ୍ୟ କିଛି ସର୍ତ୍ତ ରଖିବାକୁ ଯାଉଛନ୍ତି । ଯେ କାର ନିର୍ମାତାମାନଙ୍କୁ ଯଥାଶୀଘ୍ର ଆମଦେଶରେ ଯାନ ଉତ୍ପାଦନ ଆରମ୍ଭ କରିବାକୁ ପଡିବ ଏବଂ ସ୍ଥାନୀୟ ବଜାରରୁ ମଧ୍ୟ କିଛି ପାର୍ଟସ କିଣିବାକୁ ପଡିବ। ଏହି ସର୍ତ୍ତ ପାଳନ ପାଇଁ କମ୍ପାନୀଗୁଡ଼ିକୁ ମଧ୍ୟ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡିବ ଯଦି କୌଣସି କାରଣରୁ ସର୍ତ୍ତ ଖିଲାଫ ହୁଏ ତେବେ ଗ୍ୟାରେଣ୍ଟି ଅର୍ଥ ବ୍ୟାଜପ୍ତ କରାଯିବ । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଯୋଗାଣକାରୀଙ୍କ ପାଇଁ ଏକ ଇକୋସିଷ୍ଟମ ବିକାଶ ପାଇଁ ସରକାର କମ୍ପାନୀଗୁଡିକରୁ ଏକ ଗ୍ୟାରେଣ୍ଟି ମଧ୍ୟ ଗ୍ରହଣ କରିବେ । ଏହା ଅଧୀନରେ ପ୍ରଥମ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୦ ପ୍ରତିଶତ ଯନ୍ତ୍ରାଂଶ ଆମଦେଶରୁ କିଣିବେ ଏବଂ ଚତୁର୍ଥ ବର୍ଷ ବେଳକୁ ଏହା ୪୦ ପ୍ରତିଶତକୁ ବୃଦ୍ଧି କରାଯିବ ।

ଏଣ୍ଟ୍ରି ଲେଭଲ୍ କାରର ମୂଲ୍ୟ ୨୦ କ୍ଷ ଟଙ୍କା

ଘରୋଇ ତଥା ଗ୍ଲୋବାଲ କାର  ଉତ୍ପାଦକ ଉଭୟଙ୍କ ପାଇଁ ଏହି ନୂତନ ନୀତି ଲାଭଦାୟକ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଇଲେକ୍ଟ୍ରିକ୍ କାରରେ ବିପୁଳ ପୁଞ୍ଜି ବିନିଯୋଗ କରିଥିବା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଏବଂ ମହିନ୍ଦ୍ରା ମଧ୍ୟ ଆମଦାନୀ ଶୁଳ୍କ ହ୍ରାସରୁ ଲାଭବାନ ହେବେ । ଟେସଲା, ବିଏମଡବ୍ଲୁ ଏବଂ ଅଡି ପରି ବିଳାସପୂର୍ଣ୍ଣ କାର ନିର୍ମାତାମାନେ ମଧ୍ୟ ଆମଦାନୀ ଶୁଳ୍କ ହ୍ରାସରୁ ଉପକୃତ ହେବେ। ସରକାରଙ୍କ ଏହି ନୂତନ ନୀତିରେ ଟେସଲା ରାଜି ହେବ ବୋଲି ଆଶା କରାଯାଉଛି। ଭାରତରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଟେସଲା ପୂର୍ବରୁ ସୂଚନା ଦେଇଥିଲା । ଯାହା ବାର୍ଷିକ ପାଞ୍ଚ ଲକ୍ଷ ଯାନ ଉତ୍ପାଦନ କରିପାରିବ । ଟେସଲାର ଏଣ୍ଟ୍ରି ଲେଭଲ୍ କାରର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ। ଆମଦାନୀ ଶୁଳ୍କର ଗଣିତ କ’ଣ ?ସରକାରଙ୍କ ଦ୍ୱାରା ବିଚାର କରାଯାଉଥିବା ନୀତି ଅନୁଯାୟୀ, ସର୍ବନିମ୍ନ ୧୫ ପ୍ରତିଶତ ଟ୍ୟାକ୍ସରେ ସମ୍ପୂର୍ଣ୍ଣ ଉତ୍ପାଦିତ ଇଭି ଆମଦାନି ପାଇଁ ଅନୁମତି ଦିଆଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ୪୦,୦୦୦  ଆମେରିକୀୟ ଡଲାରରୁ ଉର୍ଦ୍ଧ ମୂଲ୍ୟର କାର ଉପରେ 100 ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ  ହେଉଛି । ବାକି ସବୁ କାର ପାଇଁ ଆମଦାନୀ ଶୁଳ୍କ ୭୦ ପ୍ରତିଶତ ଅଟେ । ଆମେରିକାରେ ଟେସଲାର ସବୁଠୁ ଅଧିକ ବିକ୍ରି ହୋଇଥିବା ମଡେଲ Y ର ବିକ୍ରୟମୂଲ୍ୟ ୪୭,୭୪୦ ଡଲାର ଅଟେ ତାହା ବିନା ଟିକସରେ ।  ଆମଦାନୀ ଶୁଳ୍କ ହ୍ରାସ ହେତୁ ଟେସଲା କାର ମଧ୍ୟ ଶସ୍ତା ହେବ।