ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ସର୍ତ୍ତ ସହ ଅନୁମତି ଦେଲେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ

119

କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମିଳିଲା ଏନଓସି । ସର୍ତ୍ତ ସହ ଅନୁମତି ଦେଇଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ।

– ବ୍ଲକ ରୁମ୍ , ମିନି ରୁମ୍,ଇଲେକ୍ଟ୍ରିକାଲ ରୁମ୍ ଓ ପାଦଚଲା ଅଞ୍ଚଳ ନିର୍ମାଣକୁ ଅନୁମତି

– ପୁରୁଷ, ମହିଳା ଏବଂ ସେବାୟତଙ୍କ ଶୌଚାଳୟ ପାଇଁ ଅନୁମତି । ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ସେବାୟତଙ୍କ ଶୌଚାଳୟ ଓ ବ୍ଲକରୁମକୁ ଅନୁମତି ମିଳିଛି

– ସେଲଟର ପ୍ୟାଭିଲିୟନ ଉଚ୍ଚତା କମ୍ କରିବାକୁ ପରାମର୍ଶ

– ସୂଚନା କେନ୍ଦ୍ର ଓ ଦାନବାକ୍ସ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମକୁ ଅନୁମତି । କିନ୍ତୁ ଏହି ସବୁ ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ ପରାମର୍ଶ ଦିଆଯାଇଛି

– ପୋଲିସ ସେବା କେନ୍ଦ୍ର ବି ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ ପରାମର୍ଶ

– ସେହିପରି ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ଅନୁମତି ମିଳିଛି

– ୨ମହଲା ବିଶିଷ୍ଟ ହେବ ଅଭ୍ୟର୍ଥନା କେନ୍ଦ୍ର

– କିନ୍ତୁଏହାର ଉଚ୍ଚତା ୭.୫୦ ମିଟର ରହିବ

– ଶ୍ରୀମନ୍ଦିର ଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ପରାମର୍ଶ

– ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ୭.୫୦ ମିଟର ଉଚ୍ଚତା ରଖିବାକୁ ପରାମର୍ଶ

– କିନ୍ତୁ ଏଥିପାଇଁ ଆଉଥରେ ଏନଓସି ଆବେଦନ କରିବାକୁ ସର୍ତ୍ତ

– ବଡଛତା ମଠ ଓ ଛାଉଣୀ ମଠରେ ନିର୍ମାଣ ମରାମତି କାମ ଏବେ ହୋଇପାରିବନି