କେନ୍ଦ୍ରମନ୍ତ୍ରୀଙ୍କ ବେଆଇନ ନିର୍ମାଣ ଭାଙ୍ଗିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ୧୦ ଲକ୍ଷ ଟଙ୍କା ଜରିମାନା

404

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବଡ ଝଟକା ଲାଗିଛି । ବମ୍ବେ ହାଇକୋର୍ଟଙ୍କ ତରଫରୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି କି ୨ ସପ୍ତାହ ମଧ୍ୟରେ ନାରାୟଣ ରାଣେଙ୍କ ଜୁହୁସ୍ଥିତ ଥିବା ବେଆଇନ ନିର୍ମାଣକୁ ଭଙ୍ଗାଯାଉ । ଏହାସହ ନାରାୟଣ ରାଣେଙ୍କ ଉପରେ କୋର୍ଟ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । କୋର୍ଟ କହିଛନ୍ତି କି କେନ୍ଦ୍ରମନ୍ତ୍ରୀ ଗୃହ ନିର୍ମାଣ ବେଳେ  ଫ୍ଲୋର ସ୍ପେସ ଇଣ୍ଡେକ୍ସ ଓ କୋଷ୍ଟାଲ ରେଗୁଲେସନ ଜୋନ ନିୟମର ଉଲଙ୍ଘନ କରିଛନ୍ତି ।

ବିଚାରପତି ଜଷ୍ଟିସ ଆର ଡି ଧାନୁନା ଓ ଜଷ୍ଟିସ କମଲ ଖତାଙ୍କ ବେଞ୍ଚ  କହିଛନ୍ତି କି, ବୃହନମୁମ୍ବାଇ ନଗରନିଗମରେ ରାଣେ ପରିବାର ଦ୍ୱାରା ସଂଚାଳିତ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଦ୍ୱିତୀୟ ଆବେଦନ ଉପରେ ବିଚାର କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଏଭଳି କରାଗଲେ ଅନାଧିକୃତ ନିର୍ମାଣକୁ ପ୍ରୋତ୍ସାହନ ମିଳିବ । କହିରଖୁ କି କମ୍ପାନୀ ତରଫରୁ କରାଯାଇଥିବା ଦ୍ୱିତୀୟ ଆବେଦନରେ ଅନାଧିକୃତ ନିର୍ମାଣକୁ ନିୟମିତ କରିବାକୁ ଅନୁରୋଧ କରାଯାଇଥିଲା ।

ଏହାସହ କୋର୍ଟ ତରଫରୁ ବିଏମସିକୁ ୨ ସପ୍ତାହ ମଧ୍ୟରେ ଏହି ବେଆଇନ ନିର୍ମାଣକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଖଣ୍ଡପୀଠ ନାରାୟଣ ରାଣେଙ୍କ ଉପରେ ମଧ୍ୟ ୧୦ ଲକ୍ଷ ଟଙ୍କାର ଜରିମାନା ଲଗେଇଛି ।