ରାସ୍ତା ମଝିରେ ହୁତ ହୁତ ହୋଇ ଜଳିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

246

କନକ ବ୍ୟୁରୋ : ସଟ ସର୍କିଟ ଯୋଗୁଁ ଗାଡିରେ ଲାଗିଲା ନିଆଁ । ରାସ୍ତା ମଝିରେ ହୁତ ହୁତ ହୋଇ ଜଳିଗଲା ଗାଡି । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ ଘଟିଛି ଏହି ଘଟଣା । ଆଜି ସକାଳେ ବ୍ରିଜ ଅତିକ୍ରମ କରି ଗଲା ସମୟରେ ଏକ ୪୦୭ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ତୁରନ୍ତ ଗାଡି ଭିତରୁ ବାହାରକୁ ବାହାରିପଡିଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି । ରାସ୍ତା ମଝିରେ ଗାଡିଟି ଜଳୁଥିବାବେଳେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।