ପ୍ରଚଣ୍ଡ ଖରାରୁ ଆଗାମୀ ଦୁଇ ଦିନ ପାଇଁ ନିସ୍ତାର ନାହିଁ । ୨୦ ଓ ୨୧ ତାରିଖ ପାଇଁ ପାଣିପାଗ ବିଭାଗର ସତର୍କତା ।

127

କନକ ବ୍ୟୁରୋ: ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଗାମୀ ଦୁଇ ଦିନ ତାତିରୁ ନିସ୍ତାର ନାହିଁ । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିବ । ୨୦ ଓ ୨୧ ତାରିଖ ପାଇଁ ସତର୍କତା ଜାରି କରିଛି ଆଞ୍ଚଳକି ପାଣିପାଗ ବିଭାଗ ।

ଆସନ୍ତାକାଲି ୨୩ ଜିଲ୍ଲା ଓ ୨୧ ତାରିଖରେ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆଗାମୀ ୨୪ ଘଣ୍ଟା ଯାଏଁ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗାମୀ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ । ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି । ୪ ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆହୁରୀ ୨ ଦିନ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ ।

୨୧ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । କିନ୍ତୁ ୨୫ ତାରିଖ ପରେ ତାତି ପୁଣି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।