ଭଲ ରାସ୍ତା ଦାବିରେ ରାସ୍ତାରୋକ : ସମସ୍ୟା ଦେଖିବାକୁ ଆସିଥିବା ବିଡିଓଙ୍କୁ ଖରାପ ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ

145

କନକ ବ୍ୟୁରୋ : ଭଲ ରାସ୍ତା ପାଇଁ ରାସ୍ତା ରୋକ । ବିଡିଓଙ୍କୁ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ଉନ୍ନତ ଗାଁ ରାସ୍ତା ପାଇଁ ଗ୍ରାମବାସୀଙ୍କ ଧାରଣା । ଏଭଳି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ ବାଉଁଶବିଲା ପଂଚାୟତରୁ । ଗାଁ ରାସ୍ତା ଶୋଚନୀୟ ହୋଇପଡିଥିବାବେଳେ ମରାମତି ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଏପରିକି ସେମାନଙ୍କ ସମସ୍ୟା ଶୁଣିବାକୁ ଆସିଥିବା ବିଡିଓଙ୍କୁ ସେହି ଖରାପ ରାସ୍ତାରେ ଚଲେଇ ଚଲେଇ ନେଲେ ଗ୍ରାମବାସୀ ।

ବିଡିଓଙ୍କୁ ଖରାପ ରାସ୍ତାରେ ଚଲେଇ ଚଲେଇ ନେଉଛନ୍ତି ଗ୍ରାମବାସୀ । ଦୀର୍ଘଦିନ ହେବ ମୟୁରଭଞ୍ଜ ଖୁଂଟା ବ୍ଲକ ବାଉଁଶବିଲା ପଂଚାୟତରେ ଖରାପ ରାସ୍ତାର ଅଭିଯୋଗ ହୋଇ ଆସୁଛି । ଏହାରି ଭିତରେ ଆଜି ସକାଳୁ ଶହ ଶହ ଗ୍ରାମବାସୀ ରାସ୍ତା ରୋକ କରଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ୨୦୨୯ରେ ନିର୍ମାଣ ହୋଇଥିବା ଏହି ରାସ୍ତା ଦେଇ ପ୍ରାୟ ୩୦ଟି ଗାଁର ଲୋକେ ଯାତାୟତ କରନ୍ତି ।

କିନ୍ତୁ ଏହି ରାସ୍ତା ଏବେ ପୁରା ଖରାପ ହୋଇପଡିଛି । ରାସ୍ତା ଉପରେ ପାଣି ଜମୁଥିବା ବେଳେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କୁ ବଝାଇବା ପାଇଁ ଯେତେବେଲେ ବିଡିଓ ସେଠାରେ ପହଞ୍ଚିଥିଲେ, ଗ୍ରାମବାସୀ ଆହୁରି ରାଗି ଯାଇଥିଲେ । ଆଉ ସେହି ଖରାପ ରାସ୍ତାରେ ବିଡିଓଙ୍କୁ ଚଲେଇ ଚଲେଇ ନେଇଥିଲେ ।