୨୦୨୦ରୁ ନୂଆ ଢାଂଚାରେ ହେବ ମାଟ୍ରିକ ପରୀକ୍ଷା : ବଦଳିବ ମାଟ୍ରିକ ପ୍ରଶ୍ନପତ୍ର , ଆସିବ ୪ ସେଟ ପ୍ରଶ୍ନପତ୍ର

80

କନକ ବ୍ୟୁରୋ : ବଦଳିବ ମାଟ୍ରିକ ପ୍ରଶ୍ନପତ୍ର । ଆସିବ ୪ସେଟ୍ ପ୍ରଶ୍ନପତ୍ର । ୨୦୨୦ରୁ ନୂଆ ଢ଼ାଂଚାରେ ହେବ ପରୀକ୍ଷା । ୨୦୨୦ରୁ ଆଉ ଓଏମଆର ବ୍ୟବସ୍ଥା ରହିବନି । ଏନେଇ ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦିଆଯାଇଛି । ଏଥିପାଇଁ ଚଳିତବର୍ଷ ନବମ ଶ୍ରେଣୀରେ ପଢ଼ୁଥିିବା ଛାତ୍ରଛାତ୍ରୀ ନୂଆ ପ୍ରଶ୍ନପତ୍ର ଢ଼ାଂଚାରେ ପରୀକ୍ଷା ଦେବେ । ନୂଆ ପ୍ରଶ୍ନପତ୍ର ଢ଼ାଂଚାରେ ଛାତ୍ରଛାତ୍ରୀଙ୍କୁ ଅଭ୍ୟସ୍ତ କରାଇବା ପାଇଁ ଏଥର ନବମ ଶ୍ରେଣୀରେ ଛାତ୍ରଛାତ୍ରୀ ଆଉ ଓଏମଆର ବ୍ୟବସ୍ଥାରେ ପରୀକ୍ଷା ଦେବେ ନାହିଁ । ସେମାନଙ୍କୁ ଦୀର୍ଘ ଉତ୍ତରମୂଳକରେ ଅଧିକ ନମ୍ବର ପରୀକ୍ଷା ଦେବାକୁ ପଡିବ ।

supplememtary exam

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ୭୦ନମ୍ବର ଆସିବାକୁ ଥିବାବେଳେ ସଂକ୍ଷିପ୍ତ ଉତ୍ତରମୂଳକରେ ୩୦ ନମ୍ବର ପ୍ରଶ୍ନ ଆସିବ । ତେବେ ଚଳିତ ବର୍ଷର ଦଶମ ଛାତ୍ରଛାତ୍ରୀମାନେ ପୁରୁଣା ଢ଼ାଂଚାରେ ପରୀକ୍ଷା ଦେବେ । ଛାତ୍ରଛାତ୍ରୀ ପ୍ରତ୍ୟକ ବିଷୟରେ ୫୦ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ଓ ଅବଶିଷ୍ଟ ୫୦ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ପରୀକ୍ଷା ଦେବେ । କିନ୍ତୁ ପାସ୍ ବ୍ୟବସ୍ଥା ଓ ପ୍ରଶ୍ନପତ୍ର ସେଟ୍ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତନ ହେବ । ୨୦୧୯ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ ବିଷୟରେ ପାସ୍ କରିବାକୁ ହେଲେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକରେ ଅତିକମରେ ୧୫ ନମ୍ବର ଲେଖାଏଁ ରଖିବାକୁ ପଡିବ । ଅର୍ଥାତ ପୂର୍ବଭଳି ମୋଟ୍ ୩୦ ନମ୍ବର ରଖିବା ବଦଳରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ବିଭାଗରେ ଅତି କମରେ ୧୫ ନମ୍ବର ରଖିବାକୁ ପଡିବ । ସେହିପରି ୨୦୧୯ ପରୀକ୍ଷାରେ ୩ଟି ସେଟ୍ ସ୍ଥାନରେ ୪ଟି ସେଟ୍ ପ୍ରଶ୍ନପତ୍ର ରହିବ । ସମସ୍ତ ସେଟରରେ ସମ୍ପୂର୍ଣ୍ଣ ଭିନ୍ନ ଓ ସମାନ୍ତରାଳ ପ୍ରଶ୍ନ ରହିବ ।