ବିଜେପିରେ ସାମିଲ ହେବେ ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହାନିଫ ! ଦେଶକୁ ଆତଙ୍କବାଦି ମୁକ୍ତ କରିବା ରହିଛି ମହମ୍ମଦଙ୍କ ଲକ୍ଷ ।

ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

144

ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଜମ୍ମୁକାଶ୍ମୀରର ସାମ୍ବା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇତିବା୩ ଏକ ରାଲିରେ ଆଉରଙ୍ଗଜେବଙ୍କ ପିତା ସାମିଲ ହୋଇଥିବା ବେଳେ ବିଜେପିରେ ସାମିଲ ହେବେ ବୋଲି ସୂଚନାରୁ ଜଣା ପଡିଛି ।

ଗତ କିଛି ମାସ ତଳେ ସେନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଉରଙ୍ଗଜେବଙ୍କୁ ଆତଙ୍କବାଦିମାନେ ଅପହରଣ କରିନେଇଥିଲେ । ପରେ ଆଉରଙ୍ଗଜେବଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ପୁରା କାଶ୍ମୀରରେ ଶୋକର ଛାୟା ଖେଳିଯାଇଥିଲା । ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହାନିଫ ମଧ୍ୟ ସେନାରେ ଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗରିବମାନଙ୍କ ପାଇଁ କରାଯାଇଥିବା ସମସ୍ତ ସୁବିଧା ସୁଯୋଗକୁ ଦେଖି ବେଶ ପ୍ରଭାବିତ ହୋଇଛନ୍ତି । ମହମ୍ମଦଙ୍କ କହିବା ଅନୁସାରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ଦେଶରୁ ଆତଙ୍କବାଦିଙ୍କୁ ହଟାଇବାକୁ ଚାହୁଁଛନ୍ତି ତେଣୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ମହମ୍ମଦ ଫେବ୍ରୁଆରି ତିନି ତାରିଖରେ ପିଏମ ମୋଦିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।