ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ।

ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା । ନିର୍ବାଚନ ସମୟରେ ଏହି ଭୂମିକାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ମାନସ । ଯେଉଁଥିପାଇଁ ଦଳ ଭିତରେ ତାଙ୍କର ଗ୍ରହଣୀୟତା ବେଶ ବଢିଥିଲା ।

339

ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ କରୁଛି । ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ଏହି ଦାୟିତ୍ୱ ପାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅତୀତରେ ମୁଁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିଲି । ଆଉ ଏବେ ସେହି ବିଭାଗର ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ଗୈାରବର କଥା । ଏହି ଦାୟିତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି । ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା, ବିଶ୍ୱାସକୁ ବଜାୟ ରଖି ଆଗାମୀ ଦିନରେ କାର୍ଯ୍ୟ କରିବା ସହ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେବି ବୋଲି ନିଜ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି ।

ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା । ନିର୍ବାଚନ ସମୟରେ ଏହି ଭୂମିକାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ମାନସ । ଯେଉଁଥିପାଇଁ ଦଳ ଭିତରେ ତାଙ୍କର ଗ୍ରହଣୀୟତା ବେଶ ବଢିଥିଲା । ଆଉ ନିର୍ବାଚନ ପରେ ତାଙ୍କୁ ଏକ ଗୁରୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା ।