ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ପ୍ରଜାକୋର୍ଟରେ ଗାଁ ଲୋକ ଏଭଳି ଘଟାଇଥିବା ଅଭିଯୋଗ

100

କନକ ବୁାରୋ : ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା । ପ୍ରଜାକୋର୍ଟରେ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ମାଲକାନଗିରି କାଲିମେଳା ବ୍ଲକର କାଙ୍ଗୁରୁକେଣ୍ଡା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ପ୍ରଜାକୋର୍ଟରେ ଗାଁଲୋକ ଏଭଳି ଘଟଣା ଘଟାଇଥିବା ଅଭିଯୋଗ କଲେ ପରିବାର ଲୋକ । ସୂଚନା ଅନୁଯାୟୀ ଗାଁର ପଦିଆ ମାଡକମି ଗାଁରେ ପୂଜାର୍ଚ୍ଚନା କରୁଥିଲେ ।

ସେପଟେ ଗାଁରେ କିଛି ଲୋକଙ୍କ ଅଚାନକ ମୃତ୍ୟୁ ହେଉଥିବାରୁ ପଦିଆ ଗୁଣି କରି ମାରିଥିବା ସନ୍ଦେହ କରୁଥିଲେ ଗ୍ରାମବାସୀ । ଘଟଣା ନେଇ ଗାଁରେ ପ୍ରଜାକୋର୍ଟ ବସିଥିଲା । ପ୍ରଜାକୋର୍ଟରେ ପରିବାର ସମ୍ମୁଖରେ ପଦିଆଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।